Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ବଦଳିଲେ ପୁରୀ ଏସପି, କେ. ବିଶାଲ ସିଂହଙ୍କୁ ମିଳିଲା ଦାୟିତ୍ଵ

20/11/2020 at 10:25 PM

ପୁରୀ ୨୦।୧୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଓ ଶବ ପୋଡି ମାମଲା ହାଇକୋର୍ଟରେ ପହଞ୍ଚିଛି। ରାଜ୍ୟ ମାନବାଧିକାର କମିଶନ ମଧ୍ୟ ମାମଲାକୁ ନେଇ ମଧ୍ୟ ସମ୍ବେଦନଶୀଳ ହୋଇ ଉଠିଛନ୍ତି।  ଏହି ପ୍ରସଙ୍ଗ ନେଇ  ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଘଟଣାର ତଦନ୍ତ ନେଇ ମଧ୍ୟ ଚାରି ଆଡୁ ଚାପ ବଢିବାରେ ଲାଗିଛି। ଏହା ମଧ୍ୟରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ପୁରୀ ଏସପି ଅଖିଲେଶ୍ଵର ସିଂହଙ୍କୁ ବଦଳି କରାଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ସମ୍ବଲପୁର ଏସପି କେ ବିଶାଲ ସିଂହଙ୍କୁ  ପୁରୀ ଏସପି ଦାୟିତ୍ଵ ଦିଆଯାଇଛି।

ସୂଚନାଯୋଗ୍ୟ ହାଜତ ମୃତ୍ୟୁ ମାମଲାରେ ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ଅଡୁଆ ବଢିବାରେ ଲାଗିଛି । ଉଭୟ ମାମଲା ରାଜ୍ୟ ମାନବାଧିକାର କମିଶନକୁ ଯାଇଛି। ମାମଲାରେ ନ୍ୟାୟ ଦାବି କରି ପୁରୀରେ ସିପିଏମ୍ ଏବଂ ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇଛି ବିଜେପି ।

ଗୋଟିଏ ପଟେ ପୁରୀ ହାଜତ ମୃତ୍ୟୁ ମାମଲାରେ ବିଭାଗୀୟ ତନାଘନା, ଅନ୍ୟପଟେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ଶରତ କୁମାର ରାୟଗୁରୁ ଆବେଦନ କରିଥିବା ଜନସ୍ବାର୍ଥ ମାମଲା ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ସୋମବାର ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ସହ ସବୁ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତ ପରିବାରକୁ ସୁରକ୍ଷା ନେଇ ମାମଲା ଦାଏର କରାଯାଇଛି ।

ସେପଟେ ଉଭୟ ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ଓଡିଶା ମାନବାଧିକାର କମିଶନରେ ପହଞ୍ଚିଛି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନ ଯାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅମାନବୀୟ ଢଙ୍ଗରେ ପୋଲିସ ମୃତକଙ୍କ ଶେଷକୃତ୍ୟ କରିଥିବା NHRCରେ ଅଭିଯୋଗ କରିଛନ୍ତି ।

ମୃତକଙ୍କ ବାପା, ମା ଓ ଦାଦାଙ୍କୁ ପୋଲିସ ଅଟକ ରଖିଥିବା ସମ୍ପର୍କୀୟ ଅଭିଯୋଗ କରିଥିବା ବେଳେ ପୁରୀ ଏସ୍ ପି ଅଖିଳେଶ୍ବର ସିଂ ଏହାକୁ ଖଣ୍ଡନ କରିଥିଲେ । ଏସପି କହିଛନ୍ତି ଖୁବ ଶୀଘ୍ର ସେମାନେ ଘରକୁ ଫେରିବେ। ଘଟଣାର ତଦନ୍ତ ଆଗକୁ ବଢିଛି। NHRCଙ୍କ ପାଖକୁ ରିପୋର୍ଟ ପଠାଯାଇଛି। OHRC ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ସହ ବିଚାରବିଭାଗୀୟ ତଦନ୍ତ ଦାବି କରାଯାଇଛି ।

ପୁରୀ ହାଜତ ମୃତ୍ୟୁ ମାମଲା ନେଇ ରାଜନୈତିକ ପ୍ରତିବାଦ ଦେଖିବାକୁ ମିଳିଛି । ପୁରୀରେ ସିପିଏମ୍ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇଛି ବିଜେପି । ୨ଟି ଯାକ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେହିପରି ଆଜି ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ ସମୟରେ ବିରୋଧୀ ଏହି ପ୍ରସଙ୍ଗରେ ହୋ ହହଲ୍ଲା କରିଛନ୍ତି। 

   Related Posts