ଶ୍ରୀମନ୍ଦିର ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ପୁରୀ ଶ୍ରୀମନ୍ଦିରରେ ସ୍ଥାପନ ହେବ ୪ଟି ମୂର୍ତ୍ତି ; ଆନନ୍ଦ ବଜାରରେ ମହାପ୍ରସାଦ ରେଟ୍ ଚାର୍ଟ ବ୍ୟବସ୍ଥା

Published By : Prameya-News7 Bureau | November 13, 2018 IST

ପୁରୀ ୧୩|୧୧: ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ନିର୍ମାଣ କରାଯିବ ୪୮ଟି ନୂତନ ସେଡ୍ । ଖୁବ୍ ଶୀଘ୍ର ମହାପ୍ରସାଦ ରେଟ୍ ଚାର୍ଟ ପ୍ରକାଶ ପାଇବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି, ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଏହା ବ୍ୟତୀତ ବୈଠକରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଶ୍ରୀମନ୍ଦିର ଚାରି ଦ୍ବାରରେ ଭକ୍ତମାନଙ୍କୁ ତନ ତନ କରି ଯାଞ୍ଚ କରାଯିବ । ଶ୍ରୀମନ୍ଦିରର ଫଟୋ ଭାଇରାଲ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଘଟଣାର ଯାଞ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ଶ୍ରୀମନ୍ଦିରରେ ସ୍ଥାପନ ହେବ ୪ଟି ମୂର୍ତ୍ତି । ଲକ୍ଷ୍ମୀ, ନାରାୟଣ, ବାମନ ଓ ମଦନମୋହନଙ୍କ ମୂର୍ତ୍ତି ସ୍ଥାପନ ହେବ । ଏ ଭିତରୁ ୧୯୭୨ ମସିହାରୁ ଲକ୍ଷ୍ମୀଙ୍କ ମୂର୍ତ୍ତି ସୁନାର ତିଆରି ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.