ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ବନ୍ଦ ପାଇଁ ପରିବାର ପ୍ରତିପୋଷଣ ହୋଇପାରୁନାହିଁ : ଇଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ସେବାୟତ ନରସିଂହ ପୂଜାପଣ୍ଡା

Published By : Prameya-News7 Bureau | October 31, 2018 IST

ପୁରୀ ୩୧/୧୦ : ପରିବାର ପ୍ରତିପୋଷଣରେ ଅସୁବିଧା ହେଉଥିବାରୁ ଇଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ପୁରୀର ସେବାୟତ | ଜଗନ୍ନାଥଙ୍କ ସେବକ ନରସିଂହ ପୂଜପଣ୍ଡା ଏହି ଆବେଦନ କରିଛନ୍ତି | ପୁରୀର ସେବାୟତମାନେ ପରିବାର ପ୍ରତିପୋଷଣ ପାଇଁ ମନ୍ଦିରର ଦାନ ଦକ୍ଷିଣ ଉପରେ ନିର୍ଭର କରନ୍ତି | ସେହିଭଳି ମନ୍ଦିରର ଦାନ ଦକ୍ଷିଣାରେ ନରସିଂହ ପୂଜାପଣ୍ଡା ତାଙ୍କ ପରିବାର ଚଳାଇ ଆସୁଥିଲେ | ତେବେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଓ ନୀତି ଶୃଂଖିଲିତ କରିବା ପାଇଁ ସୁପ୍ରିମକୋର୍ଟ ନିକଟରେ ନିର୍ଦେଶ ଦେଇଥିଲେ | ଏହି ନିର୍ଦେଶରେ ୧୨ଟି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଥିଲା | ଏହି ୧୨ଟି ପ୍ରସଙ୍ଗ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଭିତରେ ସେବାୟତମାନେ ଦାନ ଦକ୍ଷିଣା ନେଇ ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଥିଲା | ଏହି କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି | ଫଳରେ ନରସିଂହ ପୂଜାପଣ୍ଡାଙ୍କ କୌଳିକ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି | ଯାହାଫଳରେ ପରିବାର ପ୍ରତିପୋଷଣ କରିବାରେ ସେ ଅକ୍ଷମ ହେଉଛନ୍ତି | ଏହା ଦର୍ଶାଇ ସେ ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି | ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ନିଯୁକ୍ତ କରିଛନ୍ତି | ୧୨ ଦଫା ସଂସ୍କାର କାର୍ଯ୍ୟକ୍ରମ ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସେ ତଦାରଖ କରୁଛନ୍ତି | ଏହି କାର୍ଯ୍ୟକ୍ରମ ମଧ୍ୟରେ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଏବଂ ସେବାୟତଙ୍କ ସତ୍ଵ ଲିପିରେ ପରିବର୍ତନ ପ୍ରସଙ୍ଗ ମଧ୍ୟ ରହିଛି | ଦାନ ଦକ୍ଷିଣା ସମେତ ଉପରୋକ୍ତ ଦୁଇଟି ପ୍ରସଙ୍ଗକୁ ମଧ୍ୟ ସେବାୟତମାନେ ବିରୋଧ କରି ଆସୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.