Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ସାର୍ କିଛି କରିନି, ଖାଲି ଟିକେ ଧରିଥିଲି’, ଲହଡିର ସୁଯୋଗ ଦେଖି ସମୁଦ୍ରରେ ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ, ତା’ପରେ…

28/02/2021 at 2:48 PM

ପୁରୀ,୨୮/୦୨: ସୁନ୍ଦରୀ ଯୁବତୀଙ୍କୁ ଦେଖି ମନରେ ପଶିଲା ସଇତାନୀ ବୁଦ୍ଧି । ଯୁବତୀଜଣଙ୍କ ସମୁଦ୍ରରେ ଗାଧୋଉଥିଲେ । ସୁଯୋଗ ଖୋଜୁଥିଲେ ଯୁବକଜଣଙ୍କ । ହଠାତ ଏକ ବଡ ଲହଡି ଆସିଥିଲା । ଏହି ସମୟରେ ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ । ଯୁବତୀଜଣଙ୍କ ଚିତ୍କାର କରିବା ପରେ ଆଖିକାନ ବୁଜି ଦୌଡିଲେ ଯୁବକ । ଏପରି ଘଟଣା ଘଟିଛି ପୁରୀ ହୋଟେଲ୍ ସମ୍ମୁଖରେ ।

ସୂଚନାନୁସାରେ, ଶନିବାର ଅପରାହ୍ନ ୪ଟା । ସମୁଦ୍ରକୂଳରୁ ଦିଗବାରେଣୀ ଛକ ଆଡକୁ ଦୌଡୁଥିଲେ ୨ ଜଣ ଖାକି ପିନ୍ଧା ବାବୁ । ହାତରେ ଥିଲା ଲାଠି । ପାଟିରୁ ବାହାରୁଥିଲା ଧର ଧର, ଦୌଡୁଛି ଯିଏ, ତାକୁ ଧର । ବାବୁଙ୍କ ଆଗେ ଆଗେ ଦୌଡୁଥିଲା ଜଣେ ଯୁବକ । ହାପ ପ୍ୟାଣ୍ଟ ସାଙ୍ଗକୁ ଓଦା ଶରୀର । ଦେହସାରା ଲାଗିଥିଲା ବାଲି । ବାବୁଙ୍କ ଚିତ୍କାର ଶୁଣି ବେଳାଭୂମିରେ ଥିବା କିଛି ଲୋକେ ଯୁବକକୁ ଘେରି ଯାଇ କାବୁ କରିଥିଲେ । ବାସ୍‌ ଏହାପରେ ପହଞ୍ଚିଲେ ବାବୁ । ବାବୁଙ୍କ ପଛେ ପଛେ କିଛି ପର୍ଯ୍ୟଟକ ବି ସେଠାରେ ପହଞ୍ଚିଗଲେ । ଏମାନଙ୍କୁ ଦେଖି ସେଠାରେ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ବି ଜମିଗଲା । ଭିଡ ଭିତରେ ବାବୁ ପଚାରିଲେ କିରେ କ’ଣ କରିଛୁ ସତ କହ । ଯୁବକ ଜଣକ ହାତ ଯୋଡି କହିଲା, ‘ସାର୍‌ ଖାଲି ଟିକେ ଧରିଛି । ଆଉ କିଛି କରିନି । ସେମାନେ ମିଛ କହୁଛନ୍ତି ।

ତେବେ ଘଟଣା ପଛର ରହସ୍ୟ ବୁଝିବାବେଳେ ଜଣାପଡିଥିଲାଯେ, ପୁରୀ ହୋଟେଲ୍‌ ସମ୍ମୁଖରେ ସମୁଦ୍ର ସ୍ନାନ କରୁଥିଲେ କିଛି ମହିଳା ପର୍ଯ୍ୟଟକ । ଭିଡ଼ ଭିତରେ ଜଣେ ଯୁବତୀକୁ ଟାର୍ଗେଟ କରିଥିଲା ଏହି ଯୁବକ । ନିଜ ସାଥୀମାନଙ୍କ ଠାରୁ ଦୂରେଇଯାଇ ଯୁବତୀଙ୍କ ପାଖା ପାଖି ହୋଇ ସମୁଦ୍ର ଢେଉରେ ଉତ୍ପାତ ହେଉଥିଲା । ସେହି ସମୟରେ ଏକ ଉଚ୍ଚ ଲହଡି ଆସିଥିଲା । ତେଣୁ ମୌକାକୁ ହାତଛଡା ନକରି ସିଧା ଲହଡି ସହ ସାଥୀହୋଇ ଯୁବତୀଙ୍କୁ ଜାବୁଡି ଧରିଥିଲା । ଢେଉ ପଛକୁ ଫେରିଯାଇଥିଲେ ମଧ୍ୟ ଯୁବତୀଙ୍କୁ ଛାଡିନଥିଲା ଯୁବକ । ତେଣୁ ଚିତ୍କାର କରିଥିଲେ ଯୁବତୀ । ଏସବୁ ଦେଖୁଥିବା ଯୁବତୀଙ୍କ ପରିବାର ଯୁବକକୁ ଅଟକାଇ ଏହା ଯୋଜନାବଦ୍ଧ ଥିଲା ବୋଲି ତା’ ବିରୋଧରେ ଅଭିଯୋଗ କରିଥିଲେ ।

ଏଥିରେ ଯୁବକ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଗାଳିଗୁଲଜ କରିଥିଲା । ତେଣୁ ଯୁବତୀଙ୍କ ପରିବାର ବେଳାଭୂମିରେ କ୍ୟାମ୍ପ କରି ଉପସ୍ଥିତ ଥିବା ପୁଲିସ ବାବୁଙ୍କୁ ଡାକିଥିଲେ । ବାବୁମାନେ ପହଞ୍ଚିବା କ୍ଷଣି ଯୁବକ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ଧରାପଡ଼ିବା ପରେ ଯୁବକ ବିରୋଧରେ ଏଭଳି ଅଭିଯୋଗ କରିଥିଲେ ଯୁବତୀ । ସେ କିନ୍ତୁ କେବଳ ଯୁବତୀଙ୍କୁ ଧରିଥିବା ସ୍ୱୀକାର କରିଥିଲା । ହେଲେ ବାବୁମାନେ ବେଳାଭୂମିରେ ହିଁ ଘଟଣାକୁ ରଫାଦଫା କରିଦେଇଥିବା ଜଣାପଡ଼ିଥିଲା ।

   Related Posts