ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇବ ପୁରୀ ବେଳାଭୂମି

Published By : Prameya-News7 Bureau | November 19, 2019 IST

ପୁରୀ ୧୯।୧୧: ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇବ ପୁରୀ ବେଳାଭୂମି । ଡ଼େନମାର୍କର ଫେଡ଼େରସନ୍ ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ୍ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ପ୍ରଦାନ କରିବ। ଏଥିପାଇଁ କେନ୍ଦ୍ର ସରକାର ୧୫ କୋଟି ଟଙ୍କା ଯୋଗାଇଛନ୍ତି। ପ୍ରଶାସନ ପକ୍ଷରୁ ବ୍ଲୁ ଫ୍ଲାଗ୍ ବିଚ୍ ର ବିକାଶ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତ୍ରିପୁରାରୁ ଆସିଥିବା ବାଉଁଶରେ ଭଳିକି ଭଳି ନିର୍ମାଣ ଚାଲିଛି।

{"id":186593,"sizeSlug":"large"}

ବଦଳିବ ପୁରୀ ବେଳଭୂମିର ରୂପରେଖ । ଗାନ୍ଧୀଘାଟରୁ ମେଫେୟାର ପର୍ଯ୍ୟନ୍ତ ଅଞ୍ଚଳ ଚମକିବ । ଏହି ଅଞ୍ଚଳକୁ ପାଇଲଟ୍ ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ଚିହ୍ନଟ କରାଯାଇ ଉନ୍ନତିକରଣ କାର୍ଯ୍ୟ ଚାଲିଛି।

{"id":186595,"sizeSlug":"large"}

୧୫୦ ମିଟର ଲମ୍ବ ଓ ୩୫ ମିଟର ଓସାରର ଅଞ୍ଚଳକୁ ଗାଧୋଇବା ଓ ପହଁରିବା ପାଇଁ ନିରାପଦ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ଅଞ୍ଚଳରେ ଜଳର ଉତ୍ତମ ଗୁଣବତ୍ତା, ଜୀବନ ସୁରକ୍ଷା ଏବଂ ପରିବେଶ ପରିଚାଳନାର ମାନ ସହିତ ପରିବେଶ ଶିକ୍ଷାର ସଚେତନତା ସୃଷ୍ଟି କରାଯିବ।

{"id":186594,"sizeSlug":"large"}

ଫାଉଣ୍ଡେସନ ଅଫ ଏନଭାର୍ଣ୍ଣମେଣ୍ଟାଲ୍ ଏଜୁକେସନ ସଂସ୍ଥାର ୩୩ ଟି ମାନଦଣ୍ଡକୁ ଅନୁପାଳନ କରିପାରିଲେ ହିଁ ଏହି ପ୍ରକଳ୍ପ ସଫଳ ହେବ।

{"id":186600,"sizeSlug":"large"}

ବିଜ୍ଞପ୍ତି ଅନୁଯାୟୀ ପ୍ରସ୍ତାବିତ ଅଞ୍ଚଳରେ ଜଳକ୍ରୀଡ଼ା, ମାଛ ଧରିବା, ଖୋଲା ମଳତ୍ୟାଗ, ଆବର୍ଜନାର ନିଗର୍ମନ ଆଦି କାର୍ଯ୍ୟକୁ ବାରଣ କରାଯାଇଛି। ୮୦୦ ମିଟର ଇଲାକାରେ ଏହି ପ୍ରକଳ୍ପ ମଧ୍ୟରେ ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର, ବାଥିଂ କମ୍ପ୍ଲେକ୍ସ ଓ ପବ୍ଲିକ୍ ଟଏଲେଟର ବ୍ୟବସ୍ଥା ରହିଛି।    

{"id":186596,"sizeSlug":"large"}

ଯାତ୍ରୀ ବସିବାଠୁ ଆରାମ୍ଭ କରି ଚେୟାର, ଛତା, ଶୌଚାଳୟ ଓ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବାର କାର୍ଯ୍ୟ ଚାଲିଛି। ସମୁଦ୍ର ଲୁଣି ପାଣି କ୍ଷତି ନକରିବା ନିମନ୍ତେ ବାଉଁଶରେ ରାସାୟନିକ ପ୍ରଲେପ ଦେଇ କାମ ଚାଲିଛି।

{"id":186597,"sizeSlug":"large"}

ପ୍ରାୟ ୧୭ ଜଣ କାରିଗର ତ୍ରିପୁରାରୁ ଆସିଛନ୍ତି। ସମସ୍ତ କାମ ସରିବାକୁ ଆଉ ପ୍ରାୟ ଏକମାସ ଲାଗିବ। ନୂଆବର୍ଷ ପୂର୍ବରୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

{"id":186598,"sizeSlug":"large"}

ଉପକୂଳ ଅଞ୍ଚଳର ଦୀର୍ଘସ୍ଥାୟୀ ପର୍ଯ୍ୟଟନକୁ ଦୃଷ୍ଟିରୁ ରଖି ଅଞ୍ଚଳର ଉନ୍ନତିକରଣ କରାଯିବ। ତେବେ ପୁରୀ ସହରର ବାଙ୍କି ମୁହାଣ ଓ ମଙ୍ଗଳା ମୁହାଣ ଯୋଗେ ନିଷ୍କାସିତ ହେଉଥିବା ମଇଳା ପାଣି ସମୁଦ୍ରରେ ମିଶୁଥିବାରୁ ଜଳର ଶୁଦ୍ଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.