ସାହିଯାତର ଅନନ୍ୟ ପରମ୍ପରା: ଆଜି ବିଶ୍ରାମ, କାଲି ସୀତାଚୋରୀ ନୀତି

Published By : Prameya-News7 Bureau | April 25, 2021 IST

ପୁରୀ୨୫/୪: ପୁରୀରେ ତାଲିଛି ସାହିଯାତ । ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ସୁସଜିତ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରି ନୀତିକାନ୍ତି ଶେଷ ହେବା ପରେ ପୁନର୍ବାର ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ ।

ଜଗନ୍ନାଥ ବଲ୍ଳବ ମଠରେ ବନବାସ ଓ କନ୍ଦର୍ପାଧୀବାସ ନୀତି ସମ୍ପର୍ଣ୍ଣ ହୋଇଥିଲା । ମାର୍କଣ୍ଡେଶ୍ୱର ସାହି ଭାଗବତକୋଟ ଆଖେଡା ପକ୍ଷରୁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ, ବାଲ୍ମୀକି ରୁଷି ଓ ଡଗର ବେଶଧାରୀ ମାନେ ନୀତିରେ ସାମିଲ ହୋଇଥିଲେ । ଆଜି ବିଶ୍ରାମ ଦିବସ ଥିବା ବେଳେ ଆସନ୍ତାକାଲି ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ସୀତାଚୋରି ନୀତି ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.