ବିନା ଲାଇନରେ ଦର୍ଶନ କରିବେ ଶ୍ରୀକ୍ଷେତ୍ର ବାସୀ, ପରିଚୟ ପତ୍ର ଦେଖାଇ ପଶ୍ଚିମଦ୍ୱାର ବାଟେ ପ୍ରବେଶ

Published By : Prameya-News7 Bureau | October 27, 2021 IST

ପୁରୀ ୨୭/୧୦: ପୁରୀ ବାସୀଙ୍କ ପାଇଁ ଖୁସି ଖବର । ଏଣିକି ବିନା ଲାଇନରେ ଛିଡା ହୋଇ ଦର୍ଶନ କରିପାରିବେ କେବଳ ଜିଲ୍ଲା ବାସୀ । ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପ୍ରସଙ୍ଗ ନେଇ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ନଭେମ୍ବର ୧ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀ ପୈାରାଞ୍ଚଳ ବାସୀ । କୋଭିଡ ଟିକାର ଡବଲ ଡୋଜ ରିପୋର୍ଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ଦେଖାଇ ପୈାରାଞ୍ଚଳ ବାସୀ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିପାରିବେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.