ଗଜପତିଙ୍କ ଅଧ୍ୟକ୍ଷତାରେ ପୁରୀ ଐତିହ୍ୟ କରିଡର ବୈଠକ, ପ୍ରସ୍ତାବିତ ନକ୍ସା ଉପରେ ଆସିଛି ଅନେକ ପ୍ରସ୍ତାବ

Published By : Prameya-News7 Bureau | February 04, 2020 IST

ଭୁବନେଶ୍ବର ୦୪।୦୨: ପୁରୀ ଐତିହ୍ୟ କରିଡର ରୂପରେଖ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଭୁବନେଶ୍ବରରେ ବସିଥିଲା ପ୍ରଥମ ବୈଠକ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କ ସହ ବିଭିନ୍ନ ଷ୍ଟେକ୍‌ ହୋଲଡର ମାନେ ଉପସ୍ଥିତ ଥିଲେ। ବେଙ୍ଗାଲୁରୁର ଭୂମିପୁତ୍ର କମ୍ପାନୀ ପ୍ରସ୍ତୁତ କରିଥିବା କରିଡର୍‌ର ରୂପରେଖ ଉପସ୍ଥାପନ କରିବା ପରେ ଏଥିରେ ଅନେକ ପ୍ରସ୍ତାବ ଆସିଛି। ଐତିହ୍ୟ କରିଡର ଲାଗି ଲୋକଙ୍କ ମତାମତକୁ ତର୍ଜମା କରି ମାର୍ଚ୍ଚ ଶେଷ ସୁଦ୍ଧା ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ ।

{"id":220127,"sizeSlug":"large"}

ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ପୁରୀ ଐତିହ୍ୟ କରିଡରର ନକ୍ସା। ଐତିହ୍ୟ କରିଡର୍‌ରେ ଭକ୍ତଙ୍କ ଲାଗି ସ୍ବତନ୍ତ୍ର ନାମ ସଂକୀର୍ତ୍ତନ ଓ ଯଜ୍ଞଶାଳା, ସ୍ବତନ୍ତ୍ର ଧ୍ୟାନ ଗୃହ, ୫ ହଜାର ଭକ୍ତ ବସି ମହାପ୍ରସାଦ ସେବନ ଲାଗି ସ୍ବତନ୍ତ୍ର ଆନନ୍ଦ ବଜାର ରହିବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କରିଡର ରୂପରେଖ ପ୍ରସ୍ତୁତି ବୈଠକରେ ଏମିତି ପ୍ରସ୍ତାବ ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ।

{"id":220128,"sizeSlug":"large"}

ଐତିହ୍ୟ କରିଡର୍‌ରେ ରଥଶାଳା ସ୍ବତନ୍ତ୍ର ଭାବେ ରହିବ। ଚନ୍ଦନ ଯାତ୍ରା ଭଳି ଶ୍ରୀମନ୍ଦିର ପରମ୍ପରାରେ ବାହାର ନୀତି ଲାଗି ଦିଅଁଙ୍କୁ ବେଢ଼ା ବାହାରକୁ ଆସିବା ଲାଗି କରିଡର୍‌ରେ ସ୍ବତନ୍ତ୍ର ରାସ୍ତା ରହିବ। ଶ୍ରୀମନ୍ଦିର ଚାରିପଟେ ଥିବା ସାହି ଗୁଡ଼ିକ ପାଇଁ ସ୍ବତନ୍ତ୍ର ମାଇକ୍ରୋ ପ୍ଲାନିଂ ହେବ। ସ୍ବର୍ଗଦ୍ବାରକୁ ଶବଦାହ ଲାଗି ଯିବା ପାଇଁ କରିଡର୍‌ ଭିତରେ ରହିବ ସ୍ବତନ୍ତ୍ର ରାସ୍ତା ।

{"id":220129,"sizeSlug":"large"}

ପୁରୀ ଐତିହ୍ୟ କରିଡର୍‌ ଲାଗି ବାଙ୍ଗାଲୋରର ଭୂମିପୁତ୍ର କମ୍ପାନୀ ଏକ ନକ୍ସା ତିଆରି କରିଛି। ପୁରୀ ଐତିହ୍ୟ କରିଡର ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଠାରୁ ମତାମତ ଆହ୍ବାନ କରିଥିଲେ। ଏଥିରେ ଆସିଥିବା ୨୩୧ଟି ମତାମତକୁ ତର୍ଜମା କରାଯାଉଛି। ସମସ୍ତଙ୍କ ମତାମତ ଓ ପ୍ରସ୍ତାବ ଆଧାରରେ ମାର୍ଚ୍ଚ ଶେଷ ସୁଦ୍ଧା ଐତିହ୍ୟ କରିଡରର ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ। କରିଡର୍‌ରେ ଉତ୍କଳୀୟ କଳା ସଂସ୍କୃତିକୁ ଗୁରୁତ୍ବ ଦେବା ପାଇଁ କହିଛନ୍ତି ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର।

{"id":220130,"sizeSlug":"large"}

ପୁରୀକୁ ଐତିହ୍ୟ ସହର କରିବା ଲାଗି ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଯାଏ ଉଚ୍ଛେଦ କରାଯାଇ ସୈନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୩୨୦୮ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି।

{"id":220131,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.