ପୁରୀ ଦୁଷ୍କର୍ମର ଭିଡିଓ ରେକର୍ଡିଂ କରିଥିଲେ ଅଭିଯୁକ୍ତ - ଏହାର ଭିଡିଓ ପୁଲିସକୁ ଦେଲେ ପୀଡିତା

Published By : Prameya-News7 Bureau | December 02, 2019 IST

ପୁରୀ - ନିମାପଡାରୁ ପୁଲିସ ପରିଚୟ ପତ୍ର ଦେଖାଇ ଯୁବତୀଙ୍କ କାର୍‌ରେ ଆଣି ପୁରୀରେ ଏକ ସରକାରୀ କ୍ୱାଟର୍ସରେ ଗଣ ଦୁଷ୍କର୍ମ କରିବା ସହ ଏହାର ଭିଡିଓ କରାଯାଇଛି ।ପୀଡିତା ଏହାର ଭିଡିଓକୁ ପୁଲିସ୍‌ ଏସ୍‌ପିଙ୍କୁ ଦେଇଥିବା ସୂଚନା ମିଳିଛି । ଏହି ଭିଡିଓରେ ଦୁଷ୍କର୍ମ ସମୟର ଭିଡିଓ ରହିଛି ।

ସୂଚନାଯୋଗ୍ୟ ହାଇଦ୍ରାବାଦ ପରେ ପୁରୀରେ ଲଜ୍ୟା ଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ପୁଲିସ ପରିଚୟ ଦେଇ ଏକ ସରକାରୀ କ୍ୱାଟର୍ସ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି । ଏଥିରେ , ସେ ଜଣେ ପୁଲିସ କର୍ମଚାରୀ ସାମିଲ ଥିବା ଅଭିଯୋଗ କରଛନ୍ତି । ସେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି କନେଷ୍ଟବଳ ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବହିଷ୍କୃତ କରାଯାଇଛି । ଯୁବତୀଙ୍କର ବୟାନ ରେକର୍ଡ କରାଯାଇଛି । ୪ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ବହିଷ୍କୃତ ପୁଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଅଛି ।

ପୁରୀ କୁମ୍ଭାରପଡା ଥାନାରେ ଏ ନେଇ ଅଭିଯୋଗ ହୋଇଛି । ନିମାପଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଏହି ପୁଲିସ କର୍ମଚାରୀ ନିଜର ଆଇ କାର୍ଡ ଦେଖାଇ ଯୁବତୀଙ୍କୁ କାର୍‌ରେ ଲିଫ୍ଟ ଦେଇଥିଲେ ।

ପୁରୀର ପୁଲିସ ଲାଇନ୍‌ ନିକଟସ୍ଥ ଏକ ସରକାରୀ କ୍ୱାଟର୍ସରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା । ଯୁବତୀ ଜଣଙ୍କ କହିଛନ୍ତି । ସେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ଥିବା ମହିଳା ପୁଲିସ କର୍ମୀ ସାହାଯ୍ୟ କରି ନ ଥିବା ପୀଡିତା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ସହ ପୁରୀ ଏସ୍‌ପି ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.