Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୁରୀ ରେଳଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ : ୨୫ ତାରିଖ ଯାଏଁ ୧୬ ଟ୍ରେନ୍ ବାତିଲ

15/09/2018 at 6:07 PM

ପୁରୀ୧୫|୯: ପର୍ଯ୍ୟଟନସ୍ଥଳୀ ଶ୍ରୀକ୍ଷେତ୍ର ପୁରୀ ରେଳଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ୧୧ଦିନ ଭିତରେ ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ । କାର୍ଯ୍ୟ ଜାରି ରହିଥିବାରୁ ପୁରୀକୁ ୧୨ଟି ଏକ୍ସପ୍ରେସ୍ ଏବଂ ୪ଟି ପାସେଞ୍ଜର ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସେହିଭଳି ୭ଟି ଏକ୍ସପ୍ରେସ ଓ ମେଲ୍ ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ବାତିଲ ଟ୍ରେନ୍ ଯାତ୍ରୀଙ୍କ ପାଇଁ ମାଗଣା ବସ ସୁବିଧା କରିଛି ରେଳ ବିଭାଗ । ଭୁବନେଶ୍ବର-ପୁରୀ ଓ ଖୋର୍ଦ୍ଧାରୋଡ଼ରୁ ୧୦ଟି ବସ ଚଳାଚଳ କରୁଛି ।
ପୁରୀ ରେଳ ଷ୍ଟେସନରେ ଅଧିକ କୋଚ୍ ରହିବା ବ୍ୟବସ୍ଥା , ସିଗ୍ନାଲ ସମେତ ରେଳ ଷ୍ଟେସନର ଭିତ୍ତିଭୂମିର ବିକାଶ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି କାମ ।
ପୁରୀକୁ ବାତିଲ କରାଯାଇଥିବା ଟ୍ରେନ୍ ଗୁଡ଼ିକର ଯାତ୍ରୀଙ୍କ ପାଇଁ ମାଗଣା ବସ ସେବା ଯୋଗାଇଦେଉଛି ରେଳ ବିଭାଗ । ଭୁବନେଶ୍ବର-ପୁରୀ ଓ ଖୋର୍ଦ୍ଧାରୋଡ଼ରୁ ୧୦ଟି ବସ ଚଳାଚଳ କରୁଛି । ଯାତ୍ରୀମାନଙ୍କୁ ଠିକଣା ସମୟରେ ପହଞ୍ଚାଇବା ପାଇଁ ଭୁବନେଶ୍ବରରୁ ପୁରୀକୁ ୮ଟି ବସ ଯିବାଆସିବା କରୁଥିବା ବେଳେ ଖୋର୍ଦ୍ଧାରୋଡ଼ରୁ ପୁରୀକୁ ୨ଟି ବସ ଯା’ଆସ କରୁଛି । ଫଳରେ ପୁରୀ ଯିବାକୁ ଟିକେଟ୍ କରିଥିବା ଯାତ୍ରୀ ଭୁବନେଶ୍ବର କିମ୍ବା ଖୋର୍ଦ୍ଧାରୋଡ଼ରୁ ପୁରୀକୁ ଏହି ବସ ଯୋଗେ ଯାଇପାରିବେ । ଆଉ ପୁରୀରୁ ଅନ୍ୟସ୍ଥାନକୁ ଯିବା ପାଇଁ ଟିକେଟ୍ କରିଥିବା ଯାତ୍ରୀ ଖୋର୍ଦ୍ଧାରୋଡ଼ କିମ୍ବା ଭୁବନେଶ୍ବରକୁ ବସ ଯୋଗେ ଆସି ସେମାନଙ୍କ ଟ୍ରେନ୍ ଧରିପାରିବେ ।
ଭୁବନେଶ୍ବର ପରେ ରାଜ୍ୟର ଦ୍ବିତୀୟ ଏ ଓ୍ବାନ୍ ମାନ୍ୟତା ପାଇଥିବା ପୁରୀ ରେଳ ଷ୍ଟେସନକୁ ପ୍ରତ୍ୟେକ ଦିନ ପ୍ରାୟ ୫୪ଟି ଟ୍ରେନ୍ ଯିବାଆସିବା କରିଥାଏ । ପ୍ରତିଦିନ ପ୍ରାୟ ୧୦ହଜାରରୁ ଅଧିକ ଯାତ୍ରୀ ପୁରୀକୁ ଟ୍ରେନ୍ ଯୋଗେ ଯିବା ଆସିବା କରିଥାନ୍ତି । ଏମିତିରେ ପୁରୀ ରେଳଷ୍ଟେସନ ଭିତ୍ତିଭୂମି ବିକାଶର ଆବଶ୍ୟକତାକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କାମ । ଅଧିକ ପ୍ଲାଟଫର୍ମ ନିର୍ମାଣ ସହ ଯାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ ।

   Related Posts