Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ଭୋର ୪ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି, ଅପରାହ୍ନ ୪ଟାରେ ହାତୀ ବେଶ

16/06/2019 at 3:47 PM

ପୁରୀ ୧୬|୬: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ।ମହାପ୍ରଭୁ ରତ୍ନବେଦିରୁ ସ୍ନାନବେଦିକୁ ଓହ୍ଲାଇ ଆସିବେ । ୧୦୮ ଗରା ଜଳରେ ସ୍ନାନ କରିବେ । ଏହି ଉତ୍ସବ ପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ଚାରମାଳ ବନ୍ଧା କାର୍ଯ୍ୟ ଶେଷ ହୋଇଛି । ସେପଟେ ଭିଡ଼କୁ ନଜରରେ ରଖି  କଡ଼ା ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି ।

କାଲି ଦେବସ୍ନାନ ପୁର୍ଣ୍ଣିମା । ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଦଇତାପତି ମାନେ ସେନାପଟା ଲାଗି କାର୍ଯ୍ୟ ସଂପନ୍ନ କରିଛନ୍ତି  । ସେହିପରି କୋଠ ସୁଆଁସିଆମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧି ପହଣ୍ଡି ପାଇଁ ପ୍ରସ୍ତୁତି କରିଛନ୍ତି । ଆସନ୍ତାକାଲି ଭୋର ୪ଟା ୩୦ରେ ମହାପ୍ରଭୁଙ୍କୁ ପହଣ୍ଡି ଆରମ୍ଭ ହେବ।  ପରେ ସମସ୍ତ ଦୈନନ୍ଦିନ ନୀତି କରାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ । ଅପରାହ୍ନ ୪ଟାରେ ହାତୀ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।  ହାତୀ ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି ଗୋପାଳ ତୀର୍ଥ ମଠ ଏବଂ ରାଘବଦାସ ମଠରେ । ଜ୍ବରରେ ପଡ଼ି ଦିଅଁଙ୍କ ଉପଚାର ଚାଲିଥାଏ। ଏଣୁ ଶ୍ରୀମନ୍ଦିରରେ ପଟ୍ଟି ଦିଅଁକୁ ଦର୍ଶନ କରିଥାଆନ୍ତି ଭକ୍ତ । ତେଣୁ ପଟ୍ଟିଦିଅଁ ନିର୍ମାଣ କାମ ବି ଚିତ୍ରକର ସାହି ଏବଂ ବାସେଳି ସାହିରେ ଚାଲିଛି ।

ସେପଟେ ଦେବସ୍ନାନ ପୂର୍ଣ୍ଣିମା ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଟ୍ରାଫିକ୍ କଟକଣା କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି। ୩ ଜଣ ଏସପି, ୯ ଜଣ ଅତିରିକ୍ତ ଏସପି, ୧୬ ଜଣ ଡ଼ିଏସପିଙ୍କ ସହ ୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଦାୟିତ୍ବରେ ରହିବେ।

ସ୍ନାନପୂର୍ଣ୍ଣିମା ଅବସରରେ ୩ ରଥର ୪ ନାହାକା ଟେକାଯିବାର ପରମ୍ପରା ରହିଛି। ଏଥିପାଇଁ ରଥଖଳାରେ ବିଶ୍ୱକର୍ମା ମାନେ ମଧ୍ୟ ରଥ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

   Related Posts