ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗ:ମନ୍ତ୍ରୀ କହିଲେ ଏହା ବେଆଇନ, ପୁରୀ ପୋଲିସ କରିବ ବୈଜୟନ୍ତଙ୍କ ବୟାନ ରେକର୍ଡ

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର ୧୮|୯: ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି ।ଏଭଳି ଉଡାଣ କରିବା ଠିକ୍ ନୁହେଁ, ଏହା ବେଆଇନ୍ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଏତଲା ଦିଆଯାଇଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଗକୁ ଯେଭଳି ଆଉ କେହି ଉଡାଣ ନକରନ୍ତି ତା ଉପରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ପୁରୀ ପୋଲିସ ଆଜି ବୈଜୟନ୍ତଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡିଛି । ସେପଟେ ବିମାନବନ୍ଦର କର୍ତ୍ତୃପକ୍ଷ ହେଲିକପ୍ଟର ଉଡାମର ସବିଶେଷ ତଥ୍ୟ ରଖିଛନ୍ତି । ବୈଜୟନ୍ତଙ୍କ ବିମାନ ଚିଲିକାରେ ଅବତରମ କରିନାହିଁ ବୋଲି ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.