ସବୁ ସୀମା ଟପିଗଲା ପୁରୀ ପୋଲିସ୍‌: ଜଗନ୍ନାଥଙ୍କ ଜଳନ୍ତା ଦୀପକୁ ଠିଆ ଗୋଇଠା ମାରିଲେ ହୋମଗାର୍ଡ, ଭିଡିଓ ଭାଇରାଲ, ଦେଖନ୍ତୁ

Published By : Prameya-News7 Bureau | October 05, 2020 IST

ପୁରୀ୩/୧୦:  ପୁଣି ସାମ୍ନାକୁ ଆସିଲା ପୁରୀ ପୋଲିସ୍‌ର ଗୁଣ୍ଡାଗିରି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପ ବିକ୍ରି କରୁଥିବା ଜଣେ ଗରିବ ମହିଳାଙ୍କ ଦୀପ ଦୋକାନକୁ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି ହୋମଗାର୍ଡ଼। ଘଟଣାର ସମସ୍ତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଗରିବ ଲୋକଙ୍କ ଉପରେ ପୁରୀ ପୋଲିସ୍‌ର ଏଭଳି ଦୁର୍ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

wp:html /wp:html

ସୂଚନା ଅନୁଯାୟୀ କୋଭିଡ଼ କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବା ବେଳେ ବଡ଼ଦାଣ୍ତରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି। ଦିନକୁ ୫୦ ଟଙ୍କା ରୋଜଗାର କରିବା ବି ବ୍ୟବସାୟୀଙ୍କ ପାଇଁ ମୁସ୍କିଲ ହୋଇଯାଇଛି। କିଛି ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରୁଥିବା ଯୋଗୁଁ ସେଠାରେ କିଛି ପୁରୁଷ ଓ ମହିଳା ବ୍ୟବସାୟୀ ଦୀପ ବିକ୍ରି କରି ଖୁବ୍ କମ୍ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ସେଠାରେ ଦୀପ ବିକ୍ରି ଯୋଗୁଁ ଗହଳି ସୃଷ୍ଟି ହେଉଥିବାରୁ ପୋଲିସ ସେଠାରେ ଦୀପ ବିକ୍ରୀ ପାଇଁ ଅନୁମତି ଦେଉନାହିଁ। ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ଜଗନ୍ନାଥଙ୍କ ପାଇଁ ଲାଗିଥିବା ଜିଳିଲା ଦୀପକୁ ଗୋଇଠା ମାରି ଲିଭାଇ ଦେଲେ ହୋମଗାର୍ଡ।

ଯଦି କୌଣସି ଦୋକାନୀ ସେଠାରେ ବସି ବ୍ୟବସାୟ କରନ୍ତି ତେବେ ପ୍ରତିଦିନ ପୋଲିସ ତାଙ୍କ ଦୀପ ଦୋକାନ ଫୋପାଡ଼ି ଦେବା ସହ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି। ଅନ୍ୟପଟେ ଗତ ୨ ଦିନ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ହୋମଗାର୍ଡଙ୍କ ଏଭଳି ହରକତକୁ ମୋବାଇଲ କ୍ୟାମେରାରେ ରେକର୍ଡିଂ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.