ଶ୍ରୀମନ୍ଦିର ଭିତରେ ପୋଲିସ ଅଧିକାରୀ ଉଠାଇଲେ ଫଟୋ; ଭାଇରାଲ ହେବା ପରେ ଫେସବୁକରୁ କରିଦେଲେ ଡିଲିଟ

Published By : Prameya-News7 Bureau | October 08, 2018 IST

ପୁରୀ ୮/୧୦ : କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି | ଏହିଭଳି ଉକ୍ତିର ଅର୍ଥ ହେଲା ପୋଲିସ ଚାକିରୀ ବଡ ଆକର୍ଷଣୀୟ | କ୍ଷମତା ଅଧିକ | ଯାହା ଚାହିଁଲେ ତାହା କରିପାରିବ | ଆଉ କିଏ ଯଦି ବେଶୀ ପଟିକାରେ ତାହେଲେ ନିର୍ଦ୍ୱହୂମ ଛେଚି ହାଜତରେ ଠୁଙ୍କି ଦେବେ | ସେଥିପାଇଁ ପୋଲିସକୁ ସମସ୍ତଙ୍କର ଭୟ | ଏବେ ପୁରୀରେ କିଛି ଦିନ ତଳେ ସାମ୍ବାଦିକ ମାନଙ୍କ ଉପରେ ପୋଲିସର ଆକ୍ରମଣ ତାର ଏକ ନଗ୍ନ ନମୁନା | ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ, ପୁରୀ ବନ୍ଦ ବେଳେ ବିଭିନ୍ନ ପ୍ରକାର ହିଂସା ଓ ଅଘଟଣ ଆଦି ପ୍ରସଙ୍ଗରେ ପୁରୀ ପୋଲିସର ଛବି ଏକ ପ୍ରକାର ମଳିନ ହୋଇଛି | ଆଉ ଠିକ ଏହି ସମୟରେ ଶ୍ରୀମନ୍ଦିର ଭିତରେ ଜଣେ ପୋଲିସ ଏଏସଆଇ ଫଟୋ ଉଠାଇ ଫେସବୁକରେ ଅପଲୋଡ଼ କରିବା ଘଟଣା ଚର୍ଚ୍ଚାକୁ ଆସିଛି | [gallery ids="48144,48145,48146"] ସୂଚନାଯୋଗ୍ୟ ଯେ, ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ଫଟୋ ଉଠିବା ନେଇ କଟକଣା ରହିଛି | ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ନିଜ ମୋବାଇଲ ଓ କ୍ୟାମେରା ବାହାରେ ଛାଡି ଯିବାକୁ ପଡିଥାଏ | ଶ୍ରୀମନ୍ଦିର ମୁଖ୍ୟ ଦ୍ୱାରଗୁଡିକରେ ଏହାର ଯାଞ୍ଚ ମଧ୍ୟ ହୋଇଥାଏ | ଏହି ସବୁ ଫଟୋକୁ ଦେଖନ୍ତୁ | ଫଟୋ ସବୁ ଉଠିଛି ଶ୍ରୀମନ୍ଦିର ଭିତରେ | ଆଉ ଫଟୋରେ ପୋଜ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀମାନ ଦିଲୀପ ପଣ୍ଡା | ଦିଲୀପ ପଣ୍ଡା ହେଉଛନ୍ତି ପୁରୀରେ କାର୍ଯ୍ୟରତ ଜଣେ ଏଏସଆଇ | [gallery ids="48148"] କଥାରେ କୁହାଯାଏ ବାଡ଼ ଯଦି ଫସଲ ଖାଏ ତାହେଲେ କାହାକୁ କୁହାଯିବ | ସୁରକ୍ଷା ଦାୟିତ୍ୱରେ ଥିବା ନିଜେ ପୋଲିସ ଏଏସଆଇ ସୁରକ୍ଷା ନିୟମକୁ ଭଙ୍ଗ କରିବା କେତେ ଗ୍ରହଣୀୟ ? ଅବଶ୍ୟ ଫେସବୁକରେ ଶ୍ରୀଯୁକ୍ତ ପଣ୍ଡା ଫଟୋ ଅପଲୋଡ଼ କରିବା ପରେ ବିବାଦ ସୃଷ୍ଟି ହେବାରୁ ସଂଗେ ସଂଗେ ସେ ପୋଷ୍ଟକୁ ଡିଲିଟ କରିଦେଇଛନ୍ତି | କିନ୍ତୁ ସେ ଯେ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଛନ୍ତି ଏହା ପ୍ରମାଣିତ | ଏବେ ସମସ୍ତେ ଅପେକ୍ଷା କରିଛନ୍ତି ଆଇନ ଭାଙ୍ଗିଥିବା ଏବଂ ଶ୍ରୀମନ୍ଦିର ସୁରକ୍ଷାକୁ ବିପନ୍ନ କରିଥିବା ଏହି ପୋଲିସ ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି | ଅତୀତରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଫଟୋ ଉତ୍ତୋଳନ କରିବା ନେଇ ବହୁ ହଂଗାମା ହୋଇଥିଲା | କିନ୍ତୁ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ | ନ୍ୟାୟରେ ଏଏସଆଇ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ଆଇନ ବାଟ ଭାଙ୍ଗି ଚାଲିଯିବନି ତ ?.....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.