Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ପୋଲିସ ପଞ୍ଛାରେ ଲୁଟେରା ଗ୍ୟାଙ୍ଗ

9/08/2018 at 12:02 PM

ପୁରୀ ୯/୮ : ପୁରୀ ପୋଲିସ ପଞ୍ଛାରେ ୧୦ ଜଣ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଧରାପଡିଛି । ଗତ କିଛିଦିନ ତଳେ ଏହି ଗ୍ୟାଙ୍ଗ ଝାଡ଼ଖଣ୍ତ ବିଷ୍ଣୁପୁର ଥାନା ଅଞ୍ଚଳରେ ଦୋକାନ ସଟର ତାଡ଼ି ପ୍ରାୟ ୩୦ ଲକ୍ଷ ଟଙ୍କାର ମୋବାଇଲ୍ ଓ ଲ୍ୟାପଟପ ଚୋରି କରି ପୁରୀରେ ଆସି ଆତ୍ମଗୋପନ କରିଥିଲେ। ଝାଡ଼ଖଣ୍ତ ପୋଲିସ ସହାୟତାରେ ସମୁଦ୍ରକୂଳ ଥାନା ପୋଲିସ ବେଳାଭୂମି ଅଞ୍ଚଳରେ ଥିବା ଏକ ହୋଟେଲରେ ଚଢ଼ଉ କରି ଏହି ଗ୍ୟାଙ୍ଗକୁ ଗିରଫ କରିଛି। ଏମାନଙ୍କ ଠାରୁ ୩୦ ଟି ଦାମୀ ମୋବାଇଲ୍ ସହ କଟର୍ ମେସିନ୍ ପୋଲିସ ଜବତ କରିଛି। ତେବେ ଲୁଟର କରିବା ସମୟର ସମସ୍ତ ପ୍ରମାଣ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଚଦର ଟାଣି ସଟର କାଟୁଥିଲେ। ଦୋକାନ ଭିତରେ ପଶି କଳାକନା ବୁଲାଉଥିଲେ। ଗତକାଲି ରାତିରେ ସମୁଦ୍ରକୂଳ ଥାନା ପୋଲିସ ବେଳାଭୂମି ଅଞ୍ଚଳର ଏକ ହୋଟେଲରେ ଚଢ଼ଉ କରି ୧୦ ଜଣ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏମାନଙ୍କୁ ପାଖରୁ ୧୦ ଟି ଦାମୀ ମୋବାଇଲ ସହ କଟର ମେସିନ୍ ପୋଲିସ ଜବତ କରିଛି। ପୋଲିସର କହିବା ଅନୁଯାୟୀ ଏହି ଗ୍ୟାଙ୍ଗ ସାରା ଭାରତରେ ବୁଲି ବୁଲି ଚୋରି କରିଥାନ୍ତି। ଗତ କିଛି ଦିନ ତଳେ ଝାଡ଼ଖଣ୍ତ ବିଷ୍ଣୁପୁର ଥାନା ଅଞ୍ଚଳରେ ଥିବା ଦୋକାନରେ ସଟର ତାଡ଼ି ୩୦ ଲକ୍ଷ ଟଙ୍କାର ଦାମୀ ମୋବଇଲ ସହ ଲ୍ୟାପଟପ ଚୋରି କରି ଫେରାର ହୋଇଯାଇଥିଲେ। ଝାଡ଼ଖଣ୍ତ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା। ତେବେ ଗତ ୬ ତାରିଖରେ ଏହି ଲୁଟେରା ଗ୍ୟାଙ୍ଗ ପୁରୀ ଆସି ସମୁଦ୍ରକୂଳ ସ୍ଥିତ ଏକ ହୋଟେଲରେ ଆତ୍ମଗୋପନ କରିଥିଲେ। ବିଷ୍ଣୁପୁର ଥାନା ଓ ସାଇବର ସେଲର ପୋଲିସ ପୁରୀରେ ପହଞ୍ଚିବା ପରେ ସମୁଦ୍ରକୂଳ ଥାନା ପୋଲିସ ସହାୟତାରେ ଆରମ୍ଭ କରିଥଲେ ଅପରେସନ। ଜଣେ ଲୁଟେରା ପାଣି ଆଣିବା ପାଇଁ ବାହାରକୁ ଆସିଥିବା ବେଳେ ଏମାନଙ୍କୁ କାବୁ କରିନେଇଥିଲା ପୋଲିସ। ୧୦ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଆଉ ଜଣେ ଲୁଟେରା ଚକମା ଦେଇ ଫେରାର ହୋଇଯାଇଛି।
ସେହିପରି ଏହି ଲୁଟେରା ଗ୍ୟାଙ୍ଗ କେବଳ ସଟର ତାଡ଼ି ଚୋରି କରୁଥିବାର ଜାଣିବାକୁ ପାଇଛି ପୋଲିସ। ଅଧିକ ତଦନ୍ତ ପରେ କେଉଁ କେଉଁ ଯାଗାରୁ ଏମାନେ ଚୋରି କରୁଥିଲେ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛି ଝାଡ଼ଖଣ୍ତ ପୋଲିସ। ତେବେ ଏମାନଙ୍କ ପାଖରୁ ୩୦ ଟି ଦାମୀ ମୋବାଇଲ ସହିତ କଟର ମେସିନ ଜବତ ହୋଇଛି। ଭୋର ୨ ଟାରୁ ୫ ଟା ମଧ୍ୟରେ ଏମାନେ କଟର ମେସିନ ସାହାଯ୍ୟରେ ସଟର ତାଡ଼ି ଚୋରି କରି ଟ୍ରେନରେ ଫେରାର ହୋଇଯାଉଥିଲେ। ଯାହା ଫଳରେ ପୋଲିସ ଦୀର୍ଘ ଦିନ ଧରି ଏମାନଙ୍କ ପତ୍ତା ପାଉନଥିଲା। ସେହିପରି ଏମାନଙ୍କ ଚୋରି କରିବା ଶୈଳୀ ମଧ୍ୟ ସଂପୁର୍ଣ୍ଣ ଭିର୍ଣ୍ଣ। ୨ ଜଣ ଲୁଟେରା ଏକ ଚଦର ଧରି ଟାର୍ଗେଟରେ ଥିବା ଦୋକାନ ସମ୍ମୁଖରେ ଛିଡ଼ା ହେବାପରେ ଅନ୍ୟମାନେ ଚଦର ପଚପଟେ ରହି କଟର ମେସିନରେ ସଟର କାଟିବା ସହ ଦୋକାନ ଭିତରେ ପଶି କଳାକନା ବୁଲାଇ ଦିଅନ୍ତି। ଯାହାର ପ୍ରମାଣ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ତେବେ ଏହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ୩ ଦିନ ପୁରୀରେ ରହିବା ପରେ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଟାର୍ଗେଟ କରିଥିଲେ। କିନ୍ତୁ ଉଚିତ୍ ସମୟରେ ପୁରୀ ପୋଲିସ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

   Related Posts