ଆଇସ୍‌କ୍ରିମ୍ କାଠିରେ କୁନି ରଥ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ପୁରୀ ଛାତ୍ର

Published By : Prameya-News7 Bureau | September 23, 2020 IST

ପୁରୀ ୨୩/୦୯ : ଆଇସକ୍ରିମ କାଠିରେ ଏକ ସୁନ୍ଦର ଓ ଅତିକ୍ଷୁଦ୍ର ରଥ ତିଆରି କରି ପୁରୀର ଜଣେ ଛାତ୍ର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ଏହି ଛାତ୍ର ଜଣଙ୍କ ପୁରୀ ପୌରାଞ୍ଚଳ କୁଂଢ଼ାଇବେଣ୍ଟା ସାହି ବାନାମ୍ବର ମନ୍ଦିର ପାଖର ସତ୍ୟପ୍ରକାଶ ନାୟକ(୧୮) । ସେ ସୂଚନା ଦେଇ କହିଛନ୍ତି, ତାଙ୍କ ପରିବାର ବଂଶାନୁକ୍ରମିକ ଭାବେ ଶ୍ରୀ ଜଗନ୍ନାଥଙ୍କ ଘଣ୍ଟୁଆ ସେବା କରି ଆସୁଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରଶାସନିକ କଟକଣା ହେତୁ ଏହି ସେବାରୁ ବଞ୍ଚିତ ହୋଇଥିଲେ । ତେଣୁ ଏହି ସ୍ମୃତିକୁ ରୋମନ୍ଥନ କରି ଗତ ରଥଯାତ୍ରା ଦିନ ଏହି କ୍ଷୁଦ୍ର ରଥ ନିର୍ମାଣ କରିବା ଆରମ୍ଭ କରିଥିଲେ । ଯାହାକୁ ହେରାପଞ୍ଚମୀ ଦିନ ଶେଷ କରି ମହାପ୍ରଭୁ ଓ ମା'ମହାଲକ୍ଷ୍ମୀଙ୍କ ଚରଣରେ ସମର୍ପଣ କରିଥିଲେ । ଏହି କ୍ଷୁଦ୍ର କଳାକୃତିକୁ ବିଶ୍ୱବିଦିତ କରିବା ନିମନ୍ତେ ଅନଲାଇନ ଯୋଗେ ଇଣ୍ଡିଆ ବୁକ ରେକର୍ଡ୍ସ କର୍ତ୍ତୃପକ୍ଷ ତାଙ୍କ ପାଖକୁ ମେଡାଲ, ସାର୍ଟିଫିକେଟ ପଠାଇଛନ୍ତି । ଯାହାକୁ ପାଇବା ପରେ ତାଙ୍କ ପରିବାର ଲୋକେ ବହୁତ ଖୁସି ହୋଇଛନ୍ତି ।

{"id":333559,"sizeSlug":"large"}

ସେ ପୁରୀର ଏକ ଘରୋଇ କଲେଜରେ ଅଧ୍ୟୟନ କରୁଛନ୍ତି । ତାଙ୍କ ବାପା କିମ୍ବା ପରିବାର ସଦସ୍ୟ ପ୍ରତିବର୍ଷ ରଥ ଟଣା ବେଳେ ତାଳଧ୍ୱଜ ରଥ ଉପରେ ଓ ପହଣ୍ଡିରେ ଘଣ୍ଟ ବଜାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହି ସୁଯୋଗ ମିଳିନଥିବାରୁ ଘରେ ବସି ୫ ଦିନ ଭିତରେ ୬୫୦ ଆଇସକ୍ରିମ୍ କାଠି ବ୍ୟବହାର କରି ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ । ମହାପ୍ରଭୁ, ପିତା ବାଳକୃଷ୍ଣ ନାୟକ, ମାତା ରାଜଲକ୍ଷ୍ମୀଙ୍କ ଆଶୀର୍ବାଦ ଯୋଗୁଁ ସଫଳ ହୋଇପାରିଛନ୍ତି ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.