Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପୁରୀ ପୌରସଂସ୍ଥାର ଦାଦାଗିରି, ଦୋକାନ ଘର ଭଡ଼ା ନଦେଇ କ୍ଷୁଦ୍ର ବ୍ୟବସାୟୀଙ୍କୁ ୬୩ ହଜାର ଟଙ୍କାର ବକେୟା ନୋଟିସ୍‌

9/11/2021 at 3:34 PM

ପୁରୀ, ୦୯/୧୧: ଦୀର୍ଘ ଦିନରୁ ନିଜର ହକ୍ ପାଇଁ ପୁରୀ ପୌରସଂସ୍ଥାକୁ ଦଉଡି ଦଉଡି ବିତିଗଲାଣି ୨୭ବର୍ଷ । ଆଉ ଏଇ ୨୭ବର୍ଷ ପରେ ପୁରୀ ପୌରସଂସ୍ଥାର ଦୁର୍ନୀତି ଏବେ ସାମ୍ନାକୁ ଆସିଛି। ପୌରସଂସ୍ଥାର ଦାଦାଗିରି ଯୋଗୁଁ ଜଣେ କ୍ଷୁଦ୍ର ବ୍ୟବସାୟୀ ଏବେ ପ୍ରବଳ ମାନସିକ ଚାପରେ ରହୁଛନ୍ତି । ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ ରେ ଦୋକାନ ଘର ନଥାଇ ମଧ୍ୟ ୬୩ ହଜାର ଟଙ୍କା ବକେୟା ଭଡା ଦେବା ପାଇଁ ଏହି ନିରୀହ ବ୍ୟବସାୟୀ ପାଖକୁ ଆସିଛି ନୋଟିସ୍ । ଜଣଙ୍କ ନାଁରେ ଦୋକାନ ଘର କିନ୍ତୁ ଅନ୍ୟ ଜଣେ ଏହାକୁ ବ୍ୟବହାର କରୁଛି ।

ପୁରୀ ବଡ଼ଦାଣ୍ଡ ସ୍ଥିତ ବଳଗଣ୍ଡି ଛକରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ଆବଣ୍ଟନକୁ ନେଇ ବ୍ୟାପକ ଦୁର୍ନୀତି ହୋଇଛି । ଦୋକାନ ଘର ପାଇନଥିବା ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଖକୁ ଆସିଛି ୬୩ ହଜାର ଟଙ୍କା ର ବକେୟା ବିଲ । ମାଟିଆପଡା ସ୍ଥିତ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଅଞ୍ଚଳର ଦୁଇ ଭାଇ ମାଧବ ଓ ରାଧାଙ୍କ ପାଖକୁ ଆସିଛି ଏହି ନୋଟିସ୍‌ । କିନ୍ତୁ ବଳଗଣ୍ଡି ଛକ ବଡଦାଣ୍ଡରେ ଗୋଟିଏ ଛୋଟ କ୍ୟାବିନ୍‌ରେ ଗ୍ୟାରେଜ ଟିଏ କରି ଏଇ ଦୁଇ ଭାଇ ନିଜ ପରିବାର ଚଳାନ୍ତି । ୧୯୯୪ ମସିହାରେ ପୁରୀ ପୌରସଂସ୍ଥାରେ ଦୋକାନ ଘର ପାଇବା ପାଇଁ ଆବେଦନ କରିଥିଲେ ଏକ ଲାଇସେନ୍ସ ଆଉ ଏଥିପାଇଁ ତାଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ଦେବାକୁ ମଧ୍ୟ ପଡିଥିଲା । ପରେ ଲାଇସେନ୍ସ ଆସିବା ପରେ  ୨୦୦୧ ମସିହାରେ ଦୋକାନଘର ଖଣ୍ଡିଏ ପାଇବା ପାଇଁ ଆବେଦନ କଲେ। ସହରର ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଦୋକାନଘର ଦେଖାଇ ଦେଖାଇ ଶେଷରେ ବଳଗଣ୍ଡି ଛକରେ ଥିବା କମ୍ପ୍ଲେକ୍ସରେ ଘର ନିର୍ଦ୍ଧାରଣ କରାଗଲା। ସେଥିପାଇଁ ପୌରସଂସ୍ଥାକୁ ଦୁଇଟି କିସ୍ତିରେ ଦେଇଛନ୍ତି ୩୦ ହଜାର ଟଙ୍କା । ଆଉ ଇତି ମଧ୍ୟରେ ହାତଗୁଞ୍ଜରେ ଯାଇଛି ବେହିସାବ ହଜାର ହଜାର ଟଙ୍କା ।

ରାଜନୈତିକ ଚାଲ୍ ଯୋଗୁଁ ତାଙ୍କୁ ଏହି କମ୍ପ୍ଲେକ୍ସରେ ଦୋକାନ ଘର ଦିଆଯାଇନଥିବା ମାଧବ ଅଭିଯୋଗ କରିଛନ୍ତି। ହେଲେ ଆଶ୍ଚର୍ଯ୍ୟର ବିଷୟ ୨୦୨୧ ସେପ୍ଟେମ୍ବର ମାସରେ ମାଧବଙ୍କ ଦୋକାନ ଘର ବାବଦରେ ଆସିଛି ୬୩ ହଜାର ଟଙ୍କାର ବକେୟା ଭଡା ବିଲ୍ । ଯାହା ଏବେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମାଧବ କିନ୍ତୁ ଏବେ ପ୍ରବଳ ମାନସିକ ଚାପରେ ଥିବା ଅଭିଯୋଗ କରିଛନ୍ତି । 

   Related Posts