ଶ୍ରୀମନ୍ଦିର ପରିସରରେ ହେବ ବାହାର ଚନ୍ଦନ, ଅସ୍ଥାୟୀ କୁଣ୍ଡ କରି ମହାପ୍ରଭୁଙ୍କ ଚାପ ଖେଳ ହେବ: ବୈଠକ ପରେ ପଞ୍ଚ ମହାଦେବ କମିଟିର ସହମତି

Published By : Prameya-News7 Bureau | April 25, 2020 IST

ପୁରୀ୨୫/୪: ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ କୁଣ୍ଡ କରାଯାଇ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନୌକା ବିହାରକୁ ଛାଡି ବାହାର ଚନ୍ଦନ ଯାତ୍ରାର ସମସ୍ତ ବିଧି ପାଳିତ ହେବ । ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ପଞ୍ଚ ମହାଦେବ କମିଟି ସହମତି ପ୍ରକାଶ କରିଛି । ତେବେ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ପଞ୍ଚ ମହାଦେବ କମିଟିର ମାତ୍ର ୧୦ ଜଣ ସେବାୟତ ଉପସ୍ଥିତ ରହିବେ । କେଉଁ ସ୍ଥାନରେ ଅସ୍ଥାୟୀ କୁଣ୍ଡ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ମାପଚୁପ କରାଯିବ । ଶ୍ରୀଜୀଉଙ୍କ ଅକ୍ଷୟ ତୃତୀୟା ଏବଂ ଚନ୍ଦନଯାତ୍ରା ନୀତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ସେବାୟତଙ୍କ ଭିତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେଉଛି ।

ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ଅକ୍ଷୟ ତୃତୀୟା ଏବଂ ଚନ୍ଦନଯାତ୍ରା କରିବା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବିସ୍ତୃତ ଆଲୋଚନା କରି ସାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ବାହାର ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ରହିବ । ଧାର୍ମିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମେଘନାଦ ପାଚେରୀ ଭିତରେ ହିଁ ଅକ୍ଷୟ ତୃତୀୟା ନୀତି ଏବଂ ଚନ୍ଦନ ଯାତ୍ରା ବିଧି ରକ୍ଷା କରାଯିବ । ଚୂଡ଼ାନ୍ତ ରୂପରେଖ କିଭଳି ହେବ ସେନେଇ ଆଲୋଚନା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.