ପୁରୀରେ ଦିନ ୨ଟାରୁ ମାର୍କେଟ୍‌ ବନ୍ଦ, କରୋନାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘର ନିଷ୍ପତ୍ତି

Published By : Prameya-News7 Bureau | April 28, 2021 IST

ପୁରୀ, ୨୮/୦୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରିଖି ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ କୋଭିଡ୍‌ ନିୟମ କଡ଼ାକଡ଼ି କରିବା ସହିତ ଉଚିତ୍‌ ପଦକ୍ଷେପ ନେଉଛନ୍ତି ।

ଏଥି ସହିତ ପୁରୀ ଜିଲ୍ଲାରେ କୋରନା ପ୍ରକୋପକୁ ବିଚାରକୁ ନେଇ ଏକ ପ୍ରକାର ସଟ୍‌ଡାଉନ୍‌ ଲଗାଯାଇଛି । ଦିନ ୨ଟା ପରଠାରୁ ଦୋକାନ ବଜାର ନ ଖୋଲିବା ପାଇଁ ପୁରୀ ବ୍ୟବସାୟୀ ସଂଘ ତରଫରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଏହି ନିୟମ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ଖୋଲା ରହିବା ନେଇ ବ୍ୟବସାୟିକ ସଂଘ ସ୍ଥିର କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.