ପୁରୀ ଶ୍ରୀମନ୍ଦିରର ଟିକଟକ୍ ଭିଡିଓ ଭାଇରାଲ
28/10/2019 at 12:21 PM

ପୁରୀ ୨୮/୧୦: ଶ୍ରୀମନ୍ଦିର ଫଟୋ ଓ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଜଣେ ଯୁବତୀ ନିଜ ଟିକଟକ୍ ଆକାଉଣ୍ଟରେ ଏହି ଭିଡ଼ିଓ ଓ ଫଟୋ ଭାଇରାଲ କରିଛନ୍ତି। ଆଇଡ଼ି @userseucss@80 ଟିକଟକ୍ ଆକାଉଣ୍ଟରୁ ଶ୍ରୀମନ୍ଦିର ଭିତର ଅଂଶ ଦୃଶ୍ୟ ଭିଡ଼ିଓ କରି ଭଜନ ସହ ଦର୍ଶାଯାଇଛି।

କିଛି ଦିନ ତଳେ ନବାଗତା ନାୟିକାଙ୍କ ସହ ସେଲଫି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଏବେ ପୁଣିଥରେ ଏହି ଭିଡ଼ିଓ ଟିକଟକ୍ ଆକାଉଣ୍ଟରେ ଭାଇରାଲ ପରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାର କଥା।

Related Posts
ଇମାମି ପେପର୍ କମ୍ପାନୀରେ ବ୍ୟପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021