ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା: ଫୁଲରେ ସଜେଇ ହେଉଛି ସିଂହଦ୍ବାର

Published By : Prameya-News7 Bureau | December 30, 2019 IST

ପୁରୀ ୩୦/୧୨ : ନୂଆବର୍ଷ ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା । ସମ୍ଭାବ୍ୟ ଭିଡକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର । ସିଂହଦ୍ବାର ସାମ୍ନାରେ ନବନିର୍ମିତ ସେଡକୁ ସୁନ୍ଦର ଭାବେ ଫୁଲ ସଜା ଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ଼କୁ ଲାଗି ବ୍ୟାରିକେଡ଼ କରାଯାଇଛି।

{"id":204536,"sizeSlug":"large"}

ବାରିକେଡ୍ କଡ଼ରେ ଭକ୍ତଙ୍କ ବସିବା ପାଇଁ ବି ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଂଖଳା ଲାଗି ଅତ୍ୟାଧୁନିକ ସିସି ଟିଭି କ୍ୟାମେରା ଲଗାଯାଇଛି । ପୁରୀକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରାଯାଉଥିବା ବେଳେ ସିଂହଦ୍ବାର ସାମ୍ନା ପାଚେରୀ କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି । ସିଂହଦ୍ବାର ସାମ୍ନାରେ ଭକ୍ତଙ୍କ ପାଦ ପ୍ରକ୍ଷାଳନ ପାଇଁ ସ୍ୱୟଂଚାଳିତ ପାଣି ମେସିନ୍ ଲଗାଯାଇଛି। ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କର ସମାଗମ ହେବ । ତେଣୁ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ପ୍ରଶାସନ ପ୍ରସ୍ତୁତି କରିଛି ।

{"id":204537,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.