ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ : ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ ଲାଗି ନିଆଯିବ ପଦକ୍ଷେପ

Published By : Prameya-News7 Bureau | February 05, 2020 IST

ପୁରୀ ୫/୨: ଶ୍ରୀମନ୍ଦିରର ସମସ୍ତ ଜମାଅର୍ଥ ଜାତୀୟକରଣ ବ୍ୟାଙ୍କରେ ରଖାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଇସ୍କନ ପକ୍ଷରୁ ହୋଇଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ଲାଗି ପଦକ୍ଷେପ ନିଆଯିବ ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପତ୍ର ଲେଖିବେ ଗଜପତି ଦିବ୍ୟସିଂହ ଦେବ ।  

{"id":220521,"sizeSlug":"large"}

ଆଗକୁ  ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଶୁଣାଣି ରହିଛି । ତାପୂର୍ବରୁ ଡକାଗଲା ଶ୍ରୀମନ୍ଦିର ପରିଚାଳନା କମିଟର  ଜରୁରୀ ବୈଠକ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ଶ୍ରୀମନ୍ଦିର ଓ ଗୁଣ୍ତିଚା ଘରେ କରାଯାଉଥିବା ନିଲାମ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରାଯିବା ନେଇ ଏଥିରେ ଆଲୋଚନା ହୋଇଛି  । ଶ୍ରୀମନ୍ଦିରର ସଂସ୍କାରମୂଳକ କାର୍ଯ୍ୟ ଜାରି ରହିବ । ଏହାସହ ସେବାୟତଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି । ରୋଷଘରର ସଂସ୍କାର ଓ ମରାମତି ପାଇଁ ଏଏସଆଇର ସହଯୋଗ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ସମସ୍ତ ଜମିକୁ ରେକର୍ଡ଼ ଭୁକ୍ତ କରି ପ୍ରଶାସନ ଅଧିନକୁ ଆଣିବା ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ଅଧିନରେ ଥିବା ଖଣି ଗୁଡ଼ିକରୁ ରୟାଲଟି ଆଦାୟ ପାଇଁ ଓଡ଼ିଶା ମାଇନିଂ କର୍ପୋରେସନ୍ ସହ ବୁଝାମଣା ହେବ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କାର୍ଯ୍ୟ ଜାରି ରହିବ ।

{"id":220524,"sizeSlug":"large"}

ଇସ୍କନ ଓ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକ ଅସମୟରେ ରଥଯାତ୍ରା କରୁଥିବାରୁ ବୈଠକରେ ଉଦବଗ ପ୍ରକାଶ ପାଇଥିଲା  । ଏସବୁ ବନ୍ଦ ପାଇଁ ଗଜପତି ଦିବ୍ୟସିଂହ ଦେବ ସଂପୃକ୍ତ ସଂସ୍ଥା ଗୁଡ଼ିକୁ ପତ୍ର ଲେଖିବେ । ଆଗକୁ ନାଗାର୍ଜୁନ ବେଶ ଆସୁଥିବାରୁ ଶୀଘ୍ର ପ୍ରସ୍ତୁତି ବୈଠକ କରିବା ପାଇଁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି ।  ଶ୍ରୀମନ୍ଦିରର ସମସ୍ତ ଜମା ଅର୍ଥ ଜାତୀୟକରଣ ବ୍ୟାଙ୍କରେ ରଖାଯିବ । ଶ୍ରୀମନ୍ଦିର ଫାଉଣ୍ତେସନ ଫଣ୍ତକୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆରେ ରଖାଯିବ ସହ  କର୍ପୋସଫଣ୍ତ ଓ ଶ୍ରୀମନ୍ଦିର ମୂଳ ଜମା ରାଶିକୁ ଅଧିକ ସୁଧ ଦେଉଥିବା ଜାତୀୟକରଣ ବ୍ୟାଙ୍କରେ ରଖାଯିବାକୁ ନିଷ୍ପତ୍ତି ହୋଇଛି  ।ପୂର୍ବରୁ ପ୍ରାୟ ୬୦୦ କୋଟି ଟଙ୍କର ଜମା ରାଶି ଏକ ଘରୋଇ ବ୍ୟାଙ୍କରେ ରଖାଯାଇଥିବାରୁ ଏହାକୁ ନେଇ ପୂର୍ବରୁ  ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

{"id":220523,"sizeSlug":"large"}

ଗଜପତି ଦିବ୍ୟସିଂହ ଦେବଙ୍କ  ଅଧ୍ୟକ୍ଷତା ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ସେବାୟତ ପ୍ରତିନିଧି, ଏଏସଆଇ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.