Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଅପରାଧର ବିଷ ବଳୟରେ ପୁରୀ: ଫୁଟୁଛୁ ଗୁଳି, ଦିନ ଦିପହରେ ଡାକ୍ତର ଘରେ ପଶି କରୁଛନ୍ତି ହତ୍ୟା, ପୋଲିସ ପାଉନି ଟେର

26/12/2018 at 8:21 PM

ପୁରୀ୨୬|୧୨: କ୍ରାଇମ୍‌ କ୍ୟାପିଟାଲରେ ପରିଣତ ହେଲାଣି ଶ୍ରୀକ୍ଷେତ୍ର ପୁରୀ । ୨୪ଘଣ୍ଟା ଭିତରେ ତିନି ତିନିଟି ଅପରାଧିକ ଘଟଣା ପୁରୀବାସୀଙ୍କ ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଆତଙ୍କିତ କରିଛି । ଗଲା କିଛି ଦିନର ଘଟଣାବଳୀକୁ ଦେଖିଲେ ପୁରୀ ସହର ଯେ ଅଶାନ୍ତ ହୋଇପଡ଼ିଲାଣି ସେ କଥାକୁ ସମସ୍ତେ ଅନୁଭବ କଲେଣି । ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଧର୍ମ ସଂସ୍କୃତି ଓ ପର୍ଯ୍ୟଟନର ସହର ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ଭୁଷୁଡ଼ିପଡ଼ିଥିବା ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ ।

ରାଜ୍ୟର କ୍ରାଇମକ୍ୟାପିଟାଲ ପାଲଟିଗଲାଣି ପୁରୀ ସହର । ଧର୍ମ ସଂସ୍କୃତି ଓ ପର୍ଯ୍ୟଟନର ସହର ଶ୍ରୀକ୍ଷେତ୍ରରେ ଭୁଷୁଡ଼ିଗଲାଣି ଆଇନଶୃଙ୍ଖଳା ବ୍ୟବସ୍ଥା । ଯେଉଁଠି କଥା କଥା କେ ଫୁଟୁଛି ଗୁଳି । ରାସ୍ତା ମଝିରେ ଗଡ଼ୁଛି ମୁଣ୍ଡ । ବେଲଗାମ୍‌ ହୋଇପଡ଼ିଲେଣି ଅପରାଧୀ । ଯାହା ପୋଲିସ ବ୍ୟବସ୍ଥା ପ୍ରତି ଚାଲେଂଜ୍‌ ସୃଷ୍ଟି କରିଛି ।

 ଚଳିତ ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅପରାଧ । ସେପଟେ ଅପରାଧୀଙ୍କୁ ଧରିବା ତ ଦୂରର କଥା ଅନେକ ଘଟଣାରେ ସାମାନ୍ୟତମ ସୁରାକ୍‌ ମଧ୍ୟ ପାଇପାରୁନିପୋଲିସ । ଗଲାକାଲିର ଘଟଣା ଉପରେ ଯଦି ନଜର ପକାଇବା ତାହେଲେ ଏ ସବୁ ଆଶଙ୍କା, ଆକଳନ ବେଶ୍‌ ସ୍ପଷ୍ଟ ହେଉଛି ।

ଡିସେମ୍ବର ୨୫ । କ୍ରିସମାସ ତଥା ବଡ଼ ଦିନ ପାଳନରେ ଯେତେବେଳେ ସାରା ସହରରେ ଉତ୍ସବର ମାହୋଲ ଥିଲା ସେତେବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଘଟିଥିଲା ଗୁଳିକାଣ୍ଡ । ମୁହାଁମୁହିଁ ହୋଇଥିଲେ ଦୁଇ ଅପରାଧୀ ଗୋଷ୍ଠୀ । ଗଡ଼ିଥିଲା ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀ ପାରାର ମୁଣ୍ଡ । ଏହାକୁ କିଛି ଘଣ୍ଟା ନପୁରୁଣୁ ସଂଧ୍ୟାରେ ନରେନ୍ଦ୍ରକୋଣରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ । ସେହିଭଳି ବଟି ଆଦାୟକୁ କେନ୍ଦ୍ରକରି କଟକରୁ ଆସିଥିବା ଜଣେ ଭକ୍ତଙ୍କ ତଣ୍ଟିକାଟି ଦେଲେ ଦୁର୍ବୃତ୍ତ । ୨୪ଘଣ୍ଟା ଭିତରେ ତିନି ତିନିଟି ସଭିୟର କ୍ରାଇମ୍‌ ପୁରୀ ସହର ବାସିନ୍ଦାଙ୍କ ନିଜ ହଜାଇଦେଇଥିଲା ।

ଶ୍ରୀକ୍ଷେତ୍ର କହିଲେ ଶ୍ରୀମନ୍ଦିର ଓ ସୁବର୍ଣ୍ଣ ବେଳାଭୂମିକୁ ହିଁ ବୁଝାଇଥାଏ ।  ପ୍ରତ୍ୟେକ ଦିନ ଦେଶର ବିଭନ୍ନ କୋଣ ଅନୁକୋଣରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସୁଛନ୍ତି । ଏମିତିରେ ପୁରୀ ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥା ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି । କେବଳ ଡିସେମ୍ବର ମାସରେ ଘଟିଥିବା ଅପରାଧଗୁଡ଼ିକୁ ଯଦି ବିଚାରକୁ ଦେବା ତାହେଲେ  ୧୦ ତାରିଖରେ  ଚିତ୍ରକର ସାହିରେ ମହିଳାଙ୍କୁ ହତ୍ୟା, ୧୭ରେ ରେଲଓ୍ବେ କଲୋନୀରେ ଡାକ୍ତରଙ୍କ ପତ୍ନୀଙ୍କୁ ବିଭତ୍ସ ହତ୍ୟା, ୨୨ରେ ରେଡ୍‌କ୍ରସ୍‌ ରୋଡ଼ ପୋଲିସ ହାଇସ୍କୁଲ ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା, ୨୪ରେ କୋର୍ଟ ମ୍ୟାନେଜରଙ୍କୁ ଆକ୍ରମଣ । ଆଉ ୨୫ରେ ତିନି ତିନିଟି ସିଭିୟର କ୍ରାଇମ୍‌ ।

ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀ ଠାରୁ ବର୍ତ୍ତମାନ ସୁଦ୍ଧା ୫୧ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୫୫ଜଣଙ୍କ ମୁଣ୍ଡ ଗଡ଼ିଲାଣି । ସେହିଭଳି ଚଳିତ ବର୍ଷ ସର୍ବାଧିକ ୮୧ଟି ଦୁଷ୍କର୍ମ ଘଟଣା ଘଟିଛି କେବଳ ପୁରୀ ଜିଲ୍ଲାରେ ।ଏମିତିରେ ପୁରୀ ପୋଲିସର ଆକ୍ସନକୁ ନେଇ ପ୍ରଶ୍ନ ଉଠାଇଲେଣି ସହରବାସୀ ।

   Related Posts