ପୁରୀ ହାଜତ ମୃତ୍ୟୁ : ଶବ ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତକଙ୍କ ଶରୀରରେ ୨୦ରୁ ଅଧିକ ଗଭୀର ଆଘାତ

Published By : Prameya-News7 Bureau | December 05, 2020 IST

ପୁରୀ ୫।୧୨: ପୁରୀ ବାସେଳୀ ସାହି ଥାନା ହାଜତ ମୃତ୍ୟୁ ମାମଲାରେ ମୃତ କେ.ରମେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତ କେ.ରମେଶଙ୍କ ଶରୀରରେ ୨୦ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି । ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଗଭୀର କ୍ଷତ ଚିହ୍ନ ରହିଛି । ମୁଣ୍ଡରେ ମାଡ଼ ଯୋଗୁଁ ରକ୍ତ ଜମାଟ ବାନ୍ଧିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି କେ.ରମେଶଙ୍କ ମୃତ୍ୟୁ ଅସ୍ବାଭାବିକ । ତାଙ୍କ ଆଣ୍ଠୁର ମଧ୍ୟ ଭାଗରେ ତିନୋଟି ଗଭୀର କ୍ଷତ ରହିଛି । ଗୋଡ଼ ଗୋଇଠି ଆଘାତପ୍ରାପ୍ତ ହେବା ସହ ପାପୁଲି ଫୁଲିଛି । ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷରେ ପ୍ରହାର କରାଯାଇଛି । ତେବେ ରାଜ୍ୟ ପରୀକ୍ଷାଗାରକୁ ନମୁନା ପଠାଯାଇଥିବା ବେଳେ ଏହାର ରିପୋର୍ଟ ଆସିନାହିଁ । କେ.ରମେଶ ମୃତ୍ୟୁର ୧୨ ରୁ ୧୮ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ହୋଇଥିବା ଡ଼ାକ୍ତର ସ୍ପଷ୍ଟ କରିଛନ୍ତି । ଗତ ନଭେମ୍ବର ୧ ତାରିଖ ଦିନ କେ.ରମେଶଙ୍କ ହାଜତ ମୃତ୍ୟୁ ନେଇ ଅଭିଯୋଗ ଆସିଥିଲା ।

{"id":373072,"sizeSlug":"large"}
{"id":373073,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.