ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ଭୁବନ ଅଞ୍ଚଳର ସେବାୟତମାନଙ୍କୁ ସହାୟତା

Published By : Prameya-News7 Bureau | June 05, 2021 IST

ଢେଙ୍କାନାଳ ୫।୬: କରୋନା ମହାମାରୀ ସମୟରେ ସେବାୟତମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୁରୀ ସ୍ଥିତ ଗୋବର୍ଦ୍ଧନ ପୀଠ । କରୋନା ମହାମାରୀ ଦ୍ବିତୀୟ ଲହରରେ ରାଜ୍ୟରେ ଚାଲିଛି ଲକଡାଉନ୍ ଓ ସଟଡାଉନ୍ । ଏହି ସମୟରେ ସମସ୍ତ ମନ୍ଦିର ବନ୍ଦ ରହିଛି । ଫଳରେ ପୂଜକ, ସେବାୟତ ଏବଂ କର୍ମକାଣ୍ଡ କାର୍ଯ୍ୟ କରୁଥିବା ପଣ୍ଡିତମାନଙ୍କ ଉପାର୍ଜନ ପନ୍ଥା ବନ୍ଦ ହୋଇଯାଇଛି ।

{"id":461721,"sizeSlug":"large","linkDestination":"none"}

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ଅନେକ ସେବାୟତ । ଏପରି ଦୁର୍ଦ୍ଦିନରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ପୁରୀ ସ୍ଥିତ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ । ରୁଚି କମ୍ପାନୀ ସହଯୋଗରେ ଭୁବନର ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ୧୦୦ରୁ ଉର୍ଦ୍ଧ୍ବ ସେବାୟତ ଓ କର୍ମକାଣ୍ଡ ବିଶାରଦମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟାଳୟରେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁଭେନ୍ଦୁ ସାହୁ ଯୋଗଦେବା ସହିତ ବହୁ ସଦସ୍ୟ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.