Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ଓ ଗଂଜାମରେ କୂଳ ଖାଉଛି ସମୁଦ୍ର ; ଆତଙ୍କିତ ଅବସ୍ଥାରେ ସମୁଦ୍ର କୂଳିଆବାସୀ

29/08/2018 at 11:19 PM

ପୁରୀ ୩୦/୮ : ପୁରୀ ସମୁଦ୍ର କୂଳ ଖାଇବା ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବେଳାଭୂମି ଅବକ୍ଷୟର ଅନୁଧ୍ୟାନ କରିଛନ୍ତି ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ । ମୁଖ୍ୟ ଯନ୍ତ୍ରୀ ବିଭୂତି ଭୂଷଣ ଧଳ ଓ ଅଧିକ୍ଷଣ ଯନ୍ତ୍ରୀ ଏଲ. କେ. ସାବତ ଗତକାଲି ବେଳାଭୂମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ଷା ଦିନରେ ଉଚ୍ଚ ସାମୁଦ୍ରିକ ଜୁଆର ସୃଷ୍ଟି ହୋଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଇଛି । ଆବଶ୍ୟକ ପଡ଼ିଲେ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯିବ। ୨୦୦୬ ଓ ୨୦୧୬ ରେ ଏଭଳି ବେଳାଭୂମି ଅବକ୍ଷୟ ହୋଇଥିଲା ତେବେ କିଛି ଦିନ ପରେ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରି ଆସିଥଲା । ତେଣୁ ଏନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି ।
ଗଞ୍ଜାମ ଜିଲ୍ଲା ପୋଡମପେଟାରେ କୂଳ ଖାଉଛି ସମୁଦ୍ର । ଏଥିରେ ପାଖାପାଖି ୨୬ ପରିବାର ବାସହରା ହୋଇଛନ୍ତି । ଜୁଆର ପାଣି ଅନେକ ଘର ଦ୍ବାର ଭସାଇ ନେଇଯାଇଛି । ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନଙ୍କ ଘର ନଷ୍ଟ ହୋଇଯାଇଛି । ଘରର ଆସବାପତ୍ର ମଧ୍ୟ ଭାସିଯାଇଛି । ଏ ନେଇ ସମୁଦ୍ର କୂଳିଆବାସୀ ଆତଙ୍କିତ ହୋଇ ପଡିଛନ୍ତି ।

   Related Posts