ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

Published By : Prameya-News7 Bureau | June 20, 2020 IST

ପୁରୀ. ୨୦|୦୬:  ସୁପ୍ରିମକୋର୍ଟ କରୋନା ସଂକ୍ରମମକୁ ଦୃଷ୍ଟିରେ ରଖି ରଥଯାତ୍ରା ଚଳିତ ବର୍ଷ ନକରିବାକୁ କହିଥିଲେ । ଏହା ପରେ ମଧ୍ୟ କୋର୍ଟରେ ୫ଟି ରିଭ୍ୟୁ ପିଟିସନ ଦାୟର ହୋଇଛି । ଏହା ମଧ୍ୟରେ ଶନିବାର ଗଜପତି ମହାରାଜ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।  

ପୁରୀରେ ରଥଯାତ୍ରା କରିବା ପାଇଁ ଗଜପତି ଦିବ୍ୟ ସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସରକାର କରୋନା ଯେପରି ନ ବ୍ୟାପେ ତାକୁ ନଜରରେ ରଖି ରଥଯାତ୍ରା କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ । ଇତିହାସ, ଶାସ୍ତ୍ର ଓ ଧାର୍ମିକ ଭାବନାକୁ ଆଧାର କରି ଯୋଗୁଁ ପୁରୀରେ ରଥଯାତ୍ରା କରିବା ପାଇଁ ସେ ପରାମର୍ଶ ଦେବା ସହ  ରାଜ୍ୟ ସରକାରଙ୍କୁ ପୁଣି ଥରେ ସୁପ୍ରିମକୋର୍ଟକୁ ଯିବା ପାଇଁ କହିଛନ୍ତି। କେବଳ ପୁରୀରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ,  ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରିଚାଳନାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ  ତାଙ୍କ ଦ୍ୱାରା ଲିଖିତ ପତ୍ରରେ ଭକ୍ତମାନେ ଟିଭି ଓ ଅନ୍ୟ ଯାନ୍ତ୍ରୀଙ୍କ ଉପାୟରେ ରଥାରୂଢ ମହାପ୍ରଭୁମାନଙ୍କର ଦର୍ଶନ ପାଇ ପାରିବେ । କରୋନା ଯେପରି ନ ବ୍ୟାପିବ ସେଥିପାଇଁ ସରକାର ପଦକ୍ଷେପ ନେବା ସହ ରଥଯାତ୍ରାର ଆୟୋଜନ କରନ୍ତୁ। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ କହିବା ସହ  ପୁରୀରେ କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରି ରଥଯାତ୍ରା ଆୟୋଜନ ପାଇଁ ଚିଠିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.