ଭୟାବହ ଅଗ୍ନିକାଣ୍ଡ, ଘର ସହ ଜଳିଗଲା ଡ୍ରେସ୍ ଗୋଦାମ
4/04/2021 at 8:56 AM

ପୁରୀ ୪/୪: ପୁରୀ ଟାଉନଥାନା ସ୍ଥିତ ହାଡ଼ଗୋଡ଼ିଆ ସାହିରେ ଅଭାବନୀୟ ଅଗ୍ନିକାଣ୍ଡ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭୋର ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତେବେ ସର୍ଟ ସର୍କିଟ ଯୋଗୁ ଏଭଳି ହୋଇଥିବା ବୋଲି ଅନୁମାନ କରାଯାଉଛି। ତେବେ ସ୍ଥାନୀୟ ଲୋକେ ୧୧୨କୁ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ତରେ ଗୋବିନ୍ଦଙ୍କ ଘର ସହ ଡ୍ରେସ ଗୋଦାମ ଘରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ଡ୍ରେସ ଓ ଲୁଗାପଟା ଜଳି ପୋଡି ପାଉଁଶ ହୋଇଯାଇଛି।
Related Posts
ହାଇଦର ଫେରାର୍ ଘଟଣା: SCB ଅଧିକାରୀଙ୍କ ପାଖରେ ନାହିଁ ତଥ୍ୟ
11 April 2021