ପୁରୀରେ ପୁଣି ଚାଲିଲା ବୁଲଡୋଜର, ୪ ଦିନ ବିରତି ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

Published By : Prameya-News7 Bureau | September 05, 2019 IST

ପୁରୀ ୫।୯-୪ଦିନର ବିରତି ପରେ ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ଆଜି ଏମାର ମଠର ଥିବା ଅବଶିଷ୍ଟ ଦୋକାନଘରଗୁଡ଼ିକୁ ଭଙ୍ଗା ଯାଇଛି । ଆସନ୍ତାକାଲି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ଏବଂ ସଲିସିଟର ଜେନେରାଲ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିବାରୁ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ୍ ଦୁଇ ଦିନ ଧରି ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟ, ଉଚ୍ଛେଦ କାର୍ଯ୍ୟ ବୁଲି ଦେଖିବା ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ସେପଟେ ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନ ସମ୍ପର୍କରେ ମଠ ମହନ୍ତ ଓ ସାଧୁସନ୍ଥଙ୍କ ସହ ଆଲୋଚନା କରିଛି ବିଜେପିର ଏକ ପ୍ରତିନିଧି ଦଳ ।

{"id":153521}

୪ଦିନର ବିରତି ପରେ ପୁଣି ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଆଜି ଏମାର ମଠ ନିକଟରେ ବାକି ଥିବା ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି । ମା’ କାକୁଡ଼ିଖାଇ ନିକଟ ବଣିଆପଟିରେ ଥିବା ଦୋକାନଘରଗୁଡ଼ିକୁ ଭଙ୍ଗାଯାଇଛି । ପୂର୍ବରୁ ଏହି ଦୋକାନ ମାଲିକଙ୍କୁ ନୋଟିସ୍ ଦିଆଯାଇଥିବାରୁ ସେମାନେ ଦୋକାନ ଘର ଗୁଡ଼ିକ ଖାଲି କରିଦେଇଥିଲେ ।ସେପଟେ ଆସନ୍ତାକାଲି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ରଞ୍ଜିତ୍ କୁମାର । ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆସୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିବାରୁ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ୍ ଦୁଇ ଦିନ ଧରି ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟ, ଉଚ୍ଛେଦ କାର୍ଯ୍ୟ ବୁଲି ଦେଖିବା ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

{"id":153522}

 ଆମିକସକ୍ୟୁରୀ ପହଞ୍ଚିବା ପୂର୍ବରୁ ଆଜି  ପୁରୀରେ ଉଚ୍ଛେଦ ଅଭିଯାନ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ପହଞ୍ଚିଥିଲା ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନେତୃତ୍ବରେ ଏହି ଟିମ୍ ଭଙ୍ଗାଯାଇଥିବା ମଠ ଓ ମନ୍ଦିର ବୁଲି ଦେଖିବା ସହ ବଡ଼ ଆଖଡ଼ା ମଠକୁ ଯାଇ ମହନ୍ତ ଓ ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ ।

{"id":153509}

ଏପଟେ ବିଜେପି ପ୍ରତିନିଧି ଦଳ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ସେପଟେ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

{"id":153510}

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏକ ପ୍ରେସ୍ ମିଟ୍ କରି ଉଚ୍ଛେଦ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏପଟେ ରାଜଧାନୀରେ ମନ୍ତବ୍ୟ ଦେବାକୁ ଭୁଲିନାହାନ୍ତି କଂଗ୍ରେସ ନେତା । ତେବେ ସରକାର ଶ୍ରୀମନ୍ଦିର ସୁରକ୍ଷା ଏବଂ ମଠ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରୁଥିବା କହିଛି ବିଜେଡି ।

ଗୋଟେ ପଟେ ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀକୁ  ବିଶ୍ବ ଐତିହ୍ୟ ସହର କରିବାକୁ ସରକାର ଅଣ୍ଟାଭିଡ଼ିଥିବା ବେଳେ ଏଥି ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ରାଜନୈତିକ ବୟାନବାଜି ବି କିଛି କମ୍ ହେଉନି । ୟା’ରି ଭିତରେ ଆଗାମୀ ଦିନରେ କିଭଳି ରହିବ ପୁରୀର ମାନଚିତ୍ର, ତାକୁ ନେଇ ମଧ୍ୟ ସମସ୍ତଙ୍କ ମନରେ ଗୋଟେ ପ୍ରକାର ଉତ୍ସୁକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.