ସଫା ସଫା ଲାଗୁଛି ଶ୍ରୀମନ୍ଦିରର ଚାରିପାଖ , ଉଚ୍ଛେଦ କାର୍ଯ୍ୟପରେ ବଡଦାଣ୍ଡରୁ ସ୍ପଷ୍ଟ ଦେଖା ଯାଉଛି ମେଘନାଦ ପାଚେରୀ
12/12/2019 at 5:35 PM

ପୁରୀ ୧୨।୧୨ ସାନଛତା ମଠ ଉଚ୍ଛେଦ ପରେ ସେଇ ସ୍ଥାନରୁ ସ୍ପଷ୍ଟ ଦେଖାଯାଉଛି ମେଘନାଦ ପାଚେରୀ । ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି ଶ୍ରୀମନ୍ଦିର । ସଫା ସଫା ଲାଗୁଛି ଶ୍ରୀମନ୍ଦିରର ଚାରିପାଖ । ଗତକାଲି ଭଳି ଆଜି ମଧ୍ୟ ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ ଭିତରେ ଥିବା ସାନଛତା ମଠର ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ିଛି ।

କେବଳ ମଠର ମନ୍ଦିରକୁ ଛାଡ଼ି ବାକି ସମସ୍ତ ଅଂଶକୁ ଭଙ୍ଗାଯାଉଛି । ମଠରେ ଥିବା ପ୍ରାୟ ୨୦ରୁ ଅଧିକ ବଖରା ଘର ଭଙ୍ଗାଯିବା ସହ ଏଥିରେ ଚାଲିଥିବା ଲଜିଂ ଓ ଦୋକାନଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଉଛି । ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ମଠର ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଅନ୍ୟତ୍ର ଚାଲିଯାଥିବା ବେଳେ ମନ୍ଦିରରେ କିନ୍ତୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ନୀତିକାନ୍ତି ଠିକ୍ ଭାବେ ଚାଲୁ ରହିଛି ।

Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021