Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

୨ ଦିନ ବନ୍ଦ ପରେ ଆଜି ପୁଣି ପୁରୀରେ ଆରମ୍ଭ ହେବ ଉଛେଦ ଅଭିଯାନ

3/09/2019 at 8:20 AM

ପୁରୀ ୩/୯: ୨ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଶ୍ରୀକ୍ଷେତ୍ରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ । ଏମାର ମଠ ଅଧା ଭଙ୍ଗା ହୋଇଥିବା ବେଳେ ଆଜି ବଡ଼ ଛତା ମଠ ଉଚ୍ଛେଦ କରାଯିବ । ମାଟିରେ ମିଶିବ ବଡଛତା ବା ବଡ ଆଖଡା ମଠ । ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରଥମେ ମେଘନାଦ ପାଚେରୀ ଚାରିପାଖରେ ଥିବା ସମସ୍ତ ଜବରଦଖଲ ଏବଂ  ଯାତ୍ରୀ ନିବାସ ଉଚ୍ଛେଦ ହେବାପରେ ମଠ ଉଚ୍ଛେଦ କାର୍ଯ୍ୟ ଅରମ୍ଭ ହୋଇଥିଲା।

ଏହି କ୍ରମରେ ପ୍ରଥମ ପ୍ରସିଦ୍ଧ ଲଙ୍ଗୁଳି ମଠ ମାଟିରେ ମିଶି ସାରିଛି । ଏହାପରେ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରି ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀର ଉଚ୍ଛେଦ କରାଯାଇଥିଲା। ଏମାର ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ନଛାଡିବାକୁ ପ୍ରଶାସନ ସଂପୂର୍ଣ୍ଣ ଉଚ୍ଛେଦ କରିପାରିନଥିଲା। ଏଣୁ ଏମାର ମଠକୁ ଛାଡି ପ୍ରଶାସନ ବଡ ଆଖଡା ମଠ ଉପରେ ବୁଲଡୋଜର ଚଢାଇବ। 

ପୁରୀକୁ ବିଶ୍ୱ ଐତିହରେ ପରିଣତ କରିବା ଏବଂ ଶ୍ରୀମନ୍ଦିରର ସୁରକ୍ଷକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ପାଖରୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ତେବେ ରବିବାର ଏବଂ ସୋମବାର ୨ ଦିନ ଛୁଟି ଦିନ ପାଇଁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା ।

   Related Posts