Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ପୁରୀରେ ଡାକ୍ତରଙ୍କ ପତ୍ନୀଙ୍କୁ ଦିନ ଦ୍ବିପ୍ରହରରେ ନିର୍ମମ ହତ୍ୟା ଘଟଣା : ଖୋଲୁଛି ଗୁମର

19/12/2018 at 3:26 PM

ପୁରୀ ୧୯/୧୨ : ରେଲୱେ କଲୋନୀ କ୍ଵାଟର ଭିତରେ ପଶି ଦିନ ଦ୍ବିପ୍ରହରରେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣାର ଗୁମର ଧୀରେ ଧୀରେ କହିଲୁଛି | ଏହି ହତ୍ୟାକାଣ୍ଡ ପଛରେ ରେଲୱେ ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଥିବା ସମ୍ପର୍କ ମୁଖ୍ୟ କାରଣ ବୋଲି ପୋଲିସଏଅ ସନ୍ଦେହ ଦୃଢ଼ୀଭୁତ ହେବାରେ ଲାଗିଛି | ପୋଲିସ ରେଲୱେ ଡାକ୍ତରଖାନାର ନର୍ସଙ୍କୁ ଏକ ଗୋପନ ସ୍ଥାନରେ ରଖି ମାରାଥନ ଜେରା କରିଛି ଓ ସେଥିରୁ ଅନେକ ତଥ୍ୟ ହାସଲ କରିଥିବା ଜଣାପଡିଛି | ଅପରପକ୍ଷରେ ଏହି ନର୍ସଙ୍କ ସ୍ୱାମୀଙ୍କୁ ପୋଲିସ ଖୋଜୁଥିବା ମଧ୍ୟ ଜଣାପଡିଛି |


ସୂଚନାଯୋଗ୍ୟ ଯେ, ୧୭ ତାରିଖ ଦିନ ପୁରୀ ଡିଏନଆର ହୋଟେଲ ପଛରେ ଥିବା ରେଲୱେ କଲୋନୀରେ ସି-୭୫ ନମ୍ବର କ୍ଵାଟରରେ ଡାକ୍ତର ଏସ.କେ.ସାହୁ ଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା | ଡାକ୍ତର ସାହୁ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଘରେ ନଥିବାବେଳେ କେହି ଦୁର୍ବୁର୍ତ୍ତ ଘରେ ପଶି ସୁଜାତାଙ୍କ ମୁଣ୍ଡକୁ କୌଣସି ଶକ୍ତ ଜିନିଷରେ ପିଟି ହତ୍ୟା କରିଥିଲା | 

ଦିନ ପ୍ରାୟ ସାଢେ ଗୋଟାଏ ବେଳକୁ ଡାକ୍ତର ସାହୁ ପୁଅକୁ ନେଇ ଘର ସମ୍ମୁଖରେ ପହଂଚିବା ପରେ କବାଟ ଖୋଲିବା ପାଇଁ ସୁଜାତାଙ୍କୁ କଲ କରିଥିଲେ | କିନ୍ତୁ ସୁଜାତା ଫୋନ ନ ଉଠାଇବାରୁ ପୁଅ ଶୁଭମ ପାଚେରୀ ଡେଇଁ ଯାଇ ଦେଖିଲା ବେଳକୁ ଘରେ ସୁଜାତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲା | ଏହାପରେ ଡାକ୍ତର ସାହୁ ପୋଲିସକୁ ଖବର ଦେଇଥିଲେ | ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | 


ଗତକାଲି ସୁଜାତାଙ୍କ ମୃତଦେହର ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ ହୋଇଥିଲା | ଅପରପକ୍ଷରେ ହତ୍ୟା ଘଟଣା ପରଠୁ ହିଁ ଡାକ୍ତର ସାହୁ ଏବଂ ତାଙ୍କ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ରହିଥିବା ସମ୍ପର୍କର ଏହା ପରିଣତି ବୋଲି ଆଲୋଚନା ହେଉଥିଲା | ଏହି ସମ୍ପର୍କକୁ କେନ୍ଦ୍ର କରି ଅତୀତରେ ମଧ୍ୟ ନର୍ସ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା | ପୁରୀ ସମୁଦ୍ର କୁଳ ଥାନାରେ ନର୍ସ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ | ଅଭିଯୋଗ ଆଧାରରେ ନର୍ସଙ୍କ ସ୍ୱାମୀକୁ ପୋଲିସ ଗିରଫ ମଧ୍ୟ କରିଥିଲା | 


ହତ୍ୟାକାଣ୍ଡ ପଛରେ ଏହା ହିଁ ମୁଖ୍ୟ କାରଣ ବୋଲି ପୋଲିସ ଅନୁଭବ କରି ଏ ଦିଗରେ ଅଧିକ ତଦନ୍ତ ଚଳାଇଛି | ଡାକ୍ତର ସାହୁଙ୍କ କ୍ଵାଟରକୁ ପୋଲିସ ସିଲ କରି ରଖିଛି | ଘର ଭିତରେ ମଧ୍ୟ ପୋଲିସ ପ୍ରମାଣ ପାଇଁ ଅଧିକ ଯାଞ୍ଚ କରିବା ବୋଲି ଜଣାପଡିଛି | 

   Related Posts