Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ପୁରୀ ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟରେ ଖଣ୍ଡଯୁଦ୍ଧ, କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ସାଜିଲେ ନିରବ ଦର୍ଶକ, ବୁଲିଲା ରଡ୍, ୩ ଗୁରୁତର

17/02/2020 at 6:48 PM

 ପୁରୀ ୧୭।୨: ପୁରୀ ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟରେ ଲଙ୍କା କାଣ୍ଡ । କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ହିଁ  ଏପରି ଖଣ୍ଡ ଯୁଦ୍ଧ ହୋଇଛି। ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଲାଗିବାରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ କିଛି ସମୟ ଲାଗି ରଣକ୍ଷେତ୍ର ପାଲଟିଥିଲା । ଦୁଇଗେ।ଷ୍ଠୀ ଯୁବ କର୍ମୀଙ୍କ  ମଧ୍ୟରେ ସଂଘର୍ଷରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଆହତମାନଙ୍କ ଅବସ୍ଥା  ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। 

କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂହ ପୁରୀରେ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ହଠାତ୍‌ ବିଶୃଙ୍ଖଳା ଚରମ ସ୍ଥିତିରେ ପହଞ୍ଚିଥିଲା । ଜୀତେନ୍ଦ୍ର ସିଂହ ଙ୍କ ସହ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ  କିଛି ବରିଷ୍ଠ ନେତା ବି ଥିଲେ । ହଠାତ୍‌ ଦଳର ଦୁଇ ଗୋଷ୍ଠୀ ଯୁବ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଗଲା । ପାଟି ତୁଣ୍ଡରୁ ହାତାହାତି ଓ  ଧସ୍ତାଧସ୍ତିରୁ ମାଡପିଟକୁ କଥା ଚାଲିଯାଇଥିଲା  ବୁଲିଥିଲା ଲୁହା ରଡ଼ । ମୁଥ ଲାତ ମରାମରି। ରକ୍ତାକ୍ତ ସଂଘର୍ଷ ଘଟିଥିଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ। ଶେଷକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଘଟଣାସ୍ଥକୁ ପୋଲିସ ଡାକିବାକୁ ପଡିଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ  କରିବା ସହ କଂଗ୍ରେସ କର୍ମୀଙ୍କୁ ଲୁହା ରଡ଼ ସହିତ ଟାଣି ଟାଣି ନେବାକୁ ପଡିଥିଲା । ସେପଟେ ମାଡପିଟରେ ଗୁରୁତର କଂଗ୍ରେସ କର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି ।

ପୁରୀ ଆସିବା ପୂର୍ବରୁ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ରାଜୀବ ତ୍ୟାଗୀ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଦୁଇ ବରିଷ୍ଠ କଂଗ୍ରେସ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ତୀବ୍ର ସମାଲୋଚନା କରିଥିଲେ। ଜାତିଗତ ସଂରକ୍ଷଣ ପ୍ରସଙ୍ଗରେ ଖୁବ ବର୍ଷି ଥିଲେ। ଏହା ପରେ କଂଗ୍ରେସର ବରିଷ୍ଠ ନେତାମାନେ ଯାଇଥିଲେ ପୁରୀ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଜିଲ୍ଲାସ୍ତରୀୟ କର୍ମଶାଳାରେ ଯୋଗ ଦେଇଥିଲେ। କିନ୍ତୁ ଦଳ ଶୃଙ୍ଖଳିତ ଢଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜ ଶକ୍ତି ପ୍ରଦର୍ଶନ କରିବା ପୂର୍ବରୁ କର୍ମୀମାନେ ନିଜ ନିଜ ଉପରେ ଶକ୍ତି ପ୍ରଦର୍ଶନ କରିଥିଲେ।ଆଉ ଏହାପରେ ପିସିସି ସଭାପତି ସ୍ବୀକାର କରିଥିଲେ ଅସନ୍ତୋଷ ଅଛି କିନ୍ତୁ ପ୍ରଭାରୀ କହିଲେ ହାତାହାତି ହୋଇଥିବା ଯୁବକ କଂଗ୍ରେସର ନୁହନ୍ତି। ତେବେ  ଏହି ଘଟଣାରେ କୁମ୍ଭାରପଡା ପେ।ଲିସ ଜଣକୁ ଗିରଫ କରିଛି ତା ନିକଟରୁ ଏକ ଲୁହା ଛଡ ଜବତ ହେ।ଇଛି ।

   Related Posts