Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଏମାର ମଠରୁ ବିଜୁଳି ଓ ପାଣି ଯୋଗାଣ କାଟିଲା ଜିଲ୍ଲା ପ୍ରଶାସନ

31/08/2019 at 4:55 PM

ପୁରୀ ୩୧|୮: ପୁରୀ ଏମାର ମଠର ବିଦ୍ୟୁତ୍ ଓ ପାଣି ସଂଯୋଗ କାଟିଲା ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ବଣିଆପଟିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଉଚ୍ଛେଦ ଫଳରେ ୧୧ଟି ସୁନା ଦୋକାନ ମାଟିରେ ମିଶିଯିବ । ବଡଆଖଡା ମଠ ଖାଲି କରାଯାଉଥିବାବେଳେ ଆସନ୍ତାକାଲି ବାଡଆଖଡା ମଠ ଉପରେ ବୁଲଡୋଜର ଚାଲିବା ନେଇ ସୂଚନା ମିଳିଛି ।

ପୁରୀରେ ଏମାର ମଠ ଉଚ୍ଛେଦ ଅଭିଯାନ ଚତୁର୍ଥ ଦିନରେ ପହଂଚିଥିବା ବେଳେ ସମସ୍ତଙ୍କ ନଜର ଅଟକି ରହିଛି ମଠ ମହନ୍ତଙ୍କ ଉପରେ । ଗୋଟିଏ ପଟେ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ଏବଂ ମଠ ଉପରେ ବୁଲଡୋଜର ଚାଲିଥିବା ବେଳେ ଅନ୍ୟପଟେ କିନ୍ତୁ ମଠ ଛାଡୁ ନାହାଁନ୍ତି ମହନ୍ତ । ମଠର ଏକ ଗୃହ ଭିତରେ ପଶି ରହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ପ୍ରଶାସନର ନୋଟିସ, ବୁଝାସୁଝା ପରେ ବି ବାହାରକୁ ଆସୁନାହାଁନ୍ତି ମହନ୍ତ । ମଠ ମହନ୍ତଙ୍କୁ ବୁଝାସୁଝା କରି ମୁଖ୍ୟ କୋଠା ଉଚ୍ଛେଦ କରିବାକୁ ଅଣ୍ଟା ଭିଡିଛି ପୁରୀ ପ୍ରଶାସନ । କାରଣ, ଏମାର ମଠ ପରେ ବଡ ଆଖଡା ମଠ ଭାଂଗିବାକୁ ଅଂଟା ଭିଡିଛି ପ୍ରଶାସନ । ଅପରାହ୍ନ ସୁଦ୍ଧା ଦୋକାନ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଗତକାଲି ତୃତୀୟ ଦିନର ଉଚ୍ଛେଦ ବେଳେ ଏମାର ମଠ ପରିସରେ ପୁଣି ଏକାଧିକ ଗୁପ୍ତ କୋଠରୀ ସାମ୍ନାକୁ ଆସିଛି । ତେବେ ବିପଦସଙ୍କୁଳ ଘୋଷିତ ଏହି ପୁରୁଣା କୋଠାକୁ ସପୂର୍ଣ୍ଣ ଭଂଗାଯାଇପାରିନାହିଁ । ମଠ ମହନ୍ତ ମଠ ଛାଡିବାକୁ ନାରାଜ । ମହନ୍ତ ଅରାଜି ହେବା ସହ ଏମାର ମଠର ରହଣି ସ୍ଥାନ ଓ ଗୁପ୍ତ କୋଠରୀକୁ ନେଇ ଉତ୍ସୁକତା ଆହୁରି ବଢିବାରେ ଲାଗିଛି ।

   Related Posts