ପୁରୀ ହାଜତ ମୃତ୍ୟୁ ମାମଲା: ତଦନ୍ତ ବେଳେ ବଦଳି ହେଲେ ବାସେଳୀ ସାହି ଥାନା ଆଇଆଇସି

Published By : Prameya-News7 Bureau | December 06, 2020 IST

ପୁରୀ ୦୬।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଆଜି ବାସେଳୀ ସାହି ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ବଦଳି କରିଛନ୍ତି। ଜିଲା ପୋଲିସ ମୁଖ୍ୟାଳୟକୁ ତାଙ୍କୁ ବଦଳି କରାଯାଇଥିବା ପୁରୀ ଏସପି କନୱର ବିଶାଳ ସିଂ  ସୂଚନା ଦେଇଛନ୍ତି। ବଳଙ୍ଗା ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନଙ୍କୁ ବାସେଳୀ ସାହି ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

ବାସେଳୀ ସାହି ଥାନାରେ କେ.ରମେଶ ନାମକ ଜଣେ ଅଭିଯୁକ୍ତର ସନ୍ଦେହ ଜନକ ଭାବେ ମୃତ୍ୟ ପରେ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ପୂର୍ବତନ ଏସପି ଅଖିଲେଶ୍ୱର ସିଂଙ୍କୁ ମଧ୍ୟ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ ପୋଲିସ ଡିଜି। ସେପଟେ ନୂଆ ଏସପି ଭାବେ କନୱର ବିଶାଳ ସିଂ ପୁରୀରେ ଯୋଗଦେବା ପରେ ବାସେଳି ସାହି ଥାନା ସମେତ ମୋଟ ୫ ଟି ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।

{"id":373501,"width":577,"height":371,"sizeSlug":"large"}

ବଳଙ୍ଗା ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନଙ୍କୁ ବାସେଳୀ ସାହି ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୁମ୍ଭାରପଡା ଥାନା ଅଧିକାରୀ କୁଳମଣି ସେଠିଙ୍କୁ ବଳିଆ ପଣ୍ଡା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ବଳିଆ ପଣ୍ଡା ଥାନା ଅଧିକାରୀ ଚିନ୍ମୟ ରାଉତଙ୍କୁ ସି ବିଚ ଥାନା ଅଧିକାରୀ ଭାବେ, ସି ବିଚ ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠିଙ୍କୁ କୁମ୍ଭାର ପଡା ଥାନା ଏବଂ କୁମ୍ଭାରପଡା ଏସ ଆଇ ସମରେନ୍ଦ୍ର ପାଇକ ରାୟଙ୍କୁ ବଳଙ୍ଗା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ତେବେ ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ଏସପି କନୱର ବିଶାଳ ସିଂ ତାଙ୍କର ନୂଆ ଟିମ ଗଢିବ ନେଇ ଚର୍ଚ୍ଚା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.