Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

24/11/2020 at 12:59 PM

ପୁରୀ ୨୪।୧୧: ପୁରୀ ହାଜତ ମୃତ୍ୟୁ ଘଟଣାରେ  ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଆଇଥିବା ନେଇ ସରକାରଙ୍କ ସୂଚନା । ଏନେଇ ହାଇକୋର୍ଟରେ ସୂଚନା ରଖିଛନ୍ତି ସରକାର । ଗତକାଲି ହାଇକୋର୍ଟରେ ଏହି ମାମଲାରୁ ଶୁଣାଣି ଚାଲିଥିଲା  ବେଳେ ସରକାରୀ ଓକିଲ ଦେଇଛନ୍ତି ଏହି ତଥ୍ୟ  ।

ଖବର ଅନୁଯାୟୀ, ଗତ ୧୮ ତାରିଖ ଦିନ ମଧ୍ୟାହ୍ନ ସମୟରେ ଏକ ଡକାୟତି ଅଭିଯୋଗରେ କେ.ରମେଶକୁ ବାସେଳୀସାହି ଥାନା ପୋଲିସ ଉଠାଇ ନେଇଥିଲା । ଥାନା ହାଜତରେ କେ.ରମେଶଙ୍କୁ ପିଟି ପିଟି ମାରି ଦେବାର ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗିଥିଲା । ସେପଟେ ସେହି ଦିନ ରାତିରେ ତାଙ୍କ ବାପା ଓ ମାଙ୍କୁ ପୋଲିସ ଉଠାଇ ନେଇଥିଲା । ପୁଅର ମୃତ୍ୟୁର ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଅର୍ଥ ଓ ଜାଗାର ପ୍ରଲୋଭନ ଦେଖାଇ ସମସ୍ତଙ୍କ ପାଟି ଚୁପ୍ କରିବାକୁ ପରିବାର ଉପରେ ପୋଲିସ ଚାପ ପକାଉଥିବାର ମଧ୍ୟ ଅଭିଯୋଗ ହୋଇଛି ।

ସେପଟେ ଘଟଣାକୁ ନେଇ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ତତ୍କାଳ ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରି ତାଙ୍କ ସ୍ଥାନରେ କେ.କନଓ୍ୱାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ବାସେଳୀସାହି ଥାନାର ଏସଆଇ ବିପ୍ଲବ ପ୍ରଧାନ ଓ ଦୁଇ ଜଣ କନେଷ୍ଟବଳ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ ମଧ୍ୟ  ନିଲମ୍ବିତ କରିଛନ୍ତି। କିନ୍ତୁ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି । ପୁରୀ  ହାଜତ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି କରୁଛନ୍ତି ମାନ୍ୟବର ହାଇକୋର୍ଟ । ତେବେ ଗତାକାଲିର ଶୁଣାଣିରେ ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାଇଛନ୍ତି ।   

   Related Posts