ଆସନ୍ତା ସୋମବାର ଯାଏଁ ପୁରୀ କୋର୍ଟ ଓ ୧୫ ତାରିଖ ଯାଏଁ ବାର୍ ଆସୋସିଏସନ ସଟଡାଉନ୍

Published By : Prameya-News7 Bureau | April 29, 2021 IST

ପୁରୀ ୨୯।୪: ପୁରୀ ଜିଲ୍ଲା ଓକିଲ ସଂଘର ଅନେକ ସଦସ୍ୟ ଓ କୋର୍ଟ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି । ଏପରିକି ୪ ଜଣ ଆଇନଜୀବୀ ପ୍ରାଣ ହରାଇସାରିଲେଣି ।  ଏହି କାରଣରୁ ଆସନ୍ତା ସୋମବାର ଯାଏଁ ପୁରୀ କୋର୍ଟ ଓ ୧୫ ତାରିଖ ଯାଏଁ ବାର୍ ଆସୋସିଏସନ ସଟଡାଉନ୍ କରାଯାଇଛି । କୌଣସି ବ୍ୟକ୍ତି ବାର୍ କିମ୍ବା କୋର୍ଟକୁ ନଆସିବାକୁ ଅନୁରୋଧ କରାଯାଇଛି। ଜରୁରୀକାଳୀନ ଜାମିନ ପାଇଁ ଓକିଲମାନେ ଘରେ ରହି ଭର୍ଚୁଆଲ ମାଧ୍ୟମରେ କରିବେ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଅନ୍ୟପଟରେ ପୁରୀ ପୌର ସଂସ୍ଥାର ୭ନଂ ୱାର୍ଡ ଅନ୍ତର୍ଗତ  ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ  ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ୍ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ ପରିସରରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ। ମାତ୍ର ବିଭିନ୍ନ ଟିମ୍ ଦ୍ବାରା ବାସିନ୍ଦାମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସେବା ଜାରି ରହିବ। ଏତଦବ୍ୟତୀତ ୱାର୍ଡ ନଂ ୩୧ ଅନ୍ତର୍ଗତ ଡିଏଜି କଲୋନୀକୁ ମଧ୍ୟ ପୂର୍ବରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.