ପୁରୀ କୋର୍ଟ ସିଲ୍ ! କରୋନା ସଂକ୍ରମିତ ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିଲେ ଓକିଲ ଓ ମୋହରି, ରିପୋର୍ଟ ପଜିଟିଭ୍‌ ପରେ ପଦକ୍ଷେପ

Published By : Prameya-News7 Bureau | June 17, 2020 IST

ପୁରୀ ୧୭।୬: କରୋନା ଯୋଗୁ ପୁରୀ କୋର୍ଟରେ ପଡ଼ିଲା ତାଲା। ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ଜଣେ ମହୋରୀର ଏବଂ ଜଣେ ଓକିଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଣୁ କୋର୍ଟ ସମେତ ସମୁଦ୍ରକୂଳ ଥାନା ଛକରୁ ଟାଉନ ହଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

{"id":287562,"sizeSlug":"large"}

ଅଭିଯୁକ୍ତର ସ୍ୱାବ ପରୀକ୍ଷା ପରେ ସେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା। ଏଣୁ ତା ସଂସ୍ପର୍ଶରେ ଆସିଥିବା କୋର୍ଟ ଓ ଜେଲ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପରେ ସବ୍ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟର ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବୁଧବାର ସକାଳୁ କୋର୍ଟରେ ତାଲା ପଡିବା ସହ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

{"id":287563,"sizeSlug":"large"}

ଘଟଣା ଜଣାପଡିବା ପରେ ଅନ୍ୟ ଓକିଲ ମାନେ ସ୍ୱତଃପ୍ରବୃତ୍ତ ନିଜ ସ୍ୱାବ ପରୀକ୍ଷା କରାଇଥିବା ବେଳେ  ଜିଲ୍ଲା ଓକିଲ ସଂଘ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି। ତେବେ ଏହି ଘଟଣା ପାଇଁ ଏସପିଙ୍କୁ ଦାୟୀ କରିଛନ୍ତି ଓକିଲ। ଅନ୍ୟମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବ ବୋଲି  ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.