ସ୍କେଟିଂ ପ୍ରତିଯୋଗିତାରେ ପୁରୀ ପ୍ରତିଯୋଗୀଙ୍କ ବାଜିମାତ୍, ୧୩ଟି ମେଡାଲ ସହ ତାଲିକାର ଟପ୍‌ରେ

Published By : Prameya-News7 Bureau | November 01, 2021 IST

ପୁରୀ ୧।୧୧: ଓଡ଼ିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତରେ ଚମକିଲେ ପୁରୀ ଜିଲ୍ଲା ପ୍ରତିଯୋଗୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଅନୁଷ୍ଠିତ ହୋଇଯାଇଥିବା ଦ୍ବିତୀୟ ଓଡିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତା ୨୦୨୧-୨୨ରେ, ପୁରୀ ଜିଲ୍ଲାର ପ୍ରତିଯୋଗୀମାନେ ୧୩ଟି ମେଡାଲ ସହ ତାଲିକାର ଟପରେ ଅଛନ୍ତି ।

ଭିନ୍ନ ଭିନ୍ନ କାଟାଗୋରୀରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନେ ହେଲେ ଡି ବିଶ୍ବନାଥ, ସିକିଟି ଜଗା, ଜି. ଜଗଦିଶ, ଚିନୁ, ଡି ସୁରେନ୍ଦ୍ର ଏବଂ ପି ରାଜା ରାଓ । କୋଚ୍ ଏନ. ସିନୁ ରାଓଙ୍କ କହିବା ଅନୁସାରେ, ଜିଲ୍ଲାର ଖେଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିଲେ ସେମାନେ ଆହୁରି ଉଚ୍ଚକୋଟୀର ପ୍ରଦର୍ଶନ କରିବେ । ଏଥିଲାଗି ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସ୍କେଟିଂ ଟିମର ସମ୍ପାଦକ ରାହୁଲ କୁମାର ଝା ଏବଂ କୋଷାଧ୍ୟକ୍ଷ ଅଭୟ କୁମାର ମହାନ୍ତି ସମସ୍ତ ପ୍ରତିଯୋଗୀମାନଙ୍କୁ ସୁଭାଶିଷ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.