ଚକ୍ରତୀର୍ଥ ରାସ୍ତାରେ ପୁଳାପୁଳା କଣ୍ଡୋମ, ଛିନଛିତ୍ର ହୋଇ ପଡିଛି ପ୍ୟାକେଟ୍

Published By : Prameya-News7 Bureau | October 22, 2021 IST

ପୁରୀ, ୨୨/୧୦: ଯେଉଁଆଡେ ଆଖି ଉଠାଇ ଚାହିଁଲେ ପଡ଼ିଥିଲା ମେଞ୍ଚାମେଞ୍ଚା କଣ୍ଡୋମ ପ୍ୟାକେଟ । ସକାଳୁ ଚକ୍ରତୀର୍ଥ ରାସ୍ତାର ଠିକ୍‌ ମଦ ଦୋକାନ ସମ୍ମୁଖ ଗଡନ୍ତିରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ରାସ୍ତାର ପ୍ରାୟ ୧୦୦ମିଟର ପର୍ଯ୍ୟନ୍ତ ଏହି କଣ୍ଡୋମ ପ୍ୟାକେଟଗୁଡ଼ିକ ଛିନ୍‌ଛତ୍ର ହୋଇପଡ଼ିଥିଲା । ପ୍ରାତଃଭ୍ରମଣ ଓ କାମକାର୍ଯ୍ୟରେ ଯାଉଥିବା ଲୋକେ ଏହା ଦେଖି ତାଜୁବ୍‌ ହୋଇଯାଇଥିଲେ । ପେଣ୍ଠକଟା ବସ୍ତି ଅତି ନିକଟରେ ରହିଥିବା ଏହି ରାସ୍ତାରେ କିଏ କଣ୍ଡୋମ ପ୍ୟାକେଟ ପକାଇଛି ତାହା ଆଲୋଚନାର ବିଷୟ ହୋଇଥିଲା । କଣ୍ଡୋମ ପ୍ୟାକେଟଗୁଡ଼ିକର ସରକାରୀ ଉଦ୍ୟୋଗର ବୋଲି ଏହା ଉପରେ ରହିଥିବା ଲେଖାରୁ ଜଣାପଡ଼ିଥିଲା । ତେଣୁ କେହି ଜାଣିଶୁଣି ରାସ୍ତା ଉପରେ ପକାଇଛି, ନା ଏହା କୌଣସି ଗାଡିରେ ନେବା ବେଳେ ଗଳି ପଡ଼ିଛି ତାହା ଆଲୋଚନାର ବିଷୟ ହୋଇଥିଲା ।

ଏନେଇ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଏସମ୍ପର୍କରେ ପ୍ରଶାସନକୁ ମଧ୍ୟ ଜଣାଇଥିଲେ । ହେଲେ ନେଇ କୌଣସି ଠୋସ୍‌ ପଦକ୍ଷେପ କିମ୍ବା ତଦନ୍ତ ହୋଇନାହିଁ । ରାସ୍ତା ସଫା କରୁଥିବା ପୌରସଂସ୍ଥା ସଫେଇ କର୍ମଚାରୀ ଏହାକୁ ଓଳାଇ ନେଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଗାଡି ଯୋଗେ ପଠାଇଥିଲେ । ତେବେ ଏବେବି କିଛି କଣ୍ଡୋମ ରାସ୍ତା ପାଶ୍ୱର୍ମାନଙ୍କରେ ପଡ଼ିଥିବା ନଜର ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.