ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ

Published By : Prameya-News7 Bureau | May 22, 2022 IST

ପୁରୀ, ୨୨/୦୫: ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମୁହଁ ଖୋଲିବା ପରେ ପୁରୀ ଜିଲ୍ଲାପାଳ ଆଜି ତାଙ୍କୁ ଭେଟିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିବା ସହ ତାଙ୍କ ପରାମର୍ଶ ନେଇଛନ୍ତି। ତେବେ ସମ୍ମନ୍ବୟ ଭିତ୍ତିରେ ଓ ଆଧ୍ୟାତ୍ମିକତାକୁ ସୁରକ୍ଷିତ ରଖି ଏହି କାର୍ଯ୍ୟ କରାଯାଉ ବୋଲି ଜଗଦଗୁରୁ କହିଛନ୍ତି। ଆଗାମୀ ସମୟରେ ଏହି ନିର୍ମାଣ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ଯେଭଳି ବିସ୍ଫୋରଣ ପରିସ୍ଥିତି ସୃଷ୍ଟି ନ କରୁ ବୋଲି କହିଛନ୍ତି ଜଗଦଗୁରୁ।

ପ୍ରକଳ୍ପ ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇନଥିଲା। ତେଣୁ ବିନା ସମ୍ମାନ ଓ ନିମନ୍ତ୍ରଣରେ ମୁଁ କେଉଁଠିକି ଯାଏ ନାହଁ ବୋଲି କହିଛନ୍ତି ନିଶ୍ଚଳାନନ୍ଦ ସରସ୍ବତୀ। ଶ୍ରୀମନ୍ଦିରର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପୂର୍ବରୁ ମୋତେ ଅବଗତ କରାଇବା ଓ ମୋ ଠାରୁ ପରାମର୍ଶ ଲୋଡିବାର ଥିଲା। ତେବେ ରାଜ୍ୟରେ ସମସ୍ତ ମନ୍ଦିରର ବିକାଶ ହେବା ଆବଶ୍ୟକ। କିନ୍ତୁ ଭୋଟ ବ୍ୟାଙ୍କ ରାଜନୀତି ନ ହେଉ ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଏପଟେ ଏନେଇ ଗଣମାଧ୍ୟମ ଆଗରେ ଜିଲ୍ଲାପାଳ କୈାଣସି ପ୍ରତିକ୍ରିୟା ରଖିନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.