ପୁରୀ ଜିଲ୍ଲାପାଳ ଓ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ କୋଣାର୍କ ପରିଦର୍ଶନ, କଲେ ସ୍ଥିତି ଅନୁଧ୍ୟାନ

Published By : Prameya-News7 Bureau | July 31, 2020 IST

କୋଣାର୍କ ୩୧।୭: କୋଣାର୍କ ମନ୍ଦିର ତଥା କୋଣାର୍କ ସହରର ବିକାଶ ପାଇଁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ପ୍ରୟାସକୁ ଅନୁଧ୍ୟାନ ଓ ସ୍ଥିତି ପରଖିବା ପାଇଁ ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ କୋଣାର୍କରେ ପହଞ୍ଚିଥିଲେ ।

{"id":308060,"sizeSlug":"large"}

ପ୍ରଥମେ ରାମଚଣ୍ଡୀ ପରେ ଚନ୍ଦ୍ରଭାଗା ପରିଦର୍ଶନ କରି କୋଣାର୍କ ମନ୍ଦିର, ଅର୍ବାନ ହାଟ ଓ କୋଣାର୍କ ବଜାରକୁ ବୁଲି ଦେଖିଥିଲେ । କୋଣାର୍କ ବଜାର ଓ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ସେ ନେଇ ଅଧିକ ଆଲୋଚନା ମଧ୍ୟ କରିଥିଲେ ।

{"id":308061,"sizeSlug":"large"}

ଏହାସହ କୋଣାର୍କରେ କରୋନାର ସ୍ଥିତି ଅନୁଧ୍ୟାନ କରି କୋଣାର୍କ ଅଞ୍ଚଳବାସୀ କୋଭିଡ୍ ନିୟମ ପାଳନ କରି ସଂକ୍ରମଣକୁ ଯେଉଁ ଭଳି ରୋକିଛନ୍ତି ତାକୁ ମଧ୍ୟ ପ୍ରଶଂସା କରିଥିଲେ । ଦୀର୍ଘ ଦିନ ଧରି ବନ୍ଦ ରହିଥିବା କୋଣାର୍କ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଆଗାମୀ ଦିନରେ ସଂକ୍ରମଣକୁ ଦୃଷ୍ଟିରେ ରଖି କେବେ ଓ କିପରି ସାମାଜିକ ଦୂରତା ମାସ୍କ ପରିଧାନକୁ କଡାକଡି ଭାବେ ପାଳନ କରାଯାଇ ଖୋଲାଯିବ ତାହାର ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ବଲଓ୍ବନ୍ତ ସିଂ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.