ମହାପ୍ରଭୁଙ୍କ ଛପନଭୋଗର ପ୍ରଶଂସା କଲେ ବିଗ୍‌ବସ୍‌ ହାଉସର ସଦସ୍ୟ

Published By : Prameya-News7 Bureau | January 05, 2020 IST

ମୁମ୍ବାଇ୫|୧: ବହୁ ପ୍ରତିକ୍ଷୀତ ରିୟାଲିଟି ଶୋ’ ବିଗ୍‌ବସ୍‌ ସିଜିନ୍‌ ୧୩ରେ ପ୍ରତିଦିନ ନୂଆ ନୂଆ ଜିନିଷ ଦେଖିବାକୁ ମିଳୁଛି। ସିଜିନ୍‌ ୧୩ ର ଅନ୍ତିମ ସମୟ ପାଖେଇ ଆସିଲାଣି। ଘରେ ଅଧିକାଂଶ ସମୟରେ ଝଗଡା ଦେଖିବାକୁ ମିଳୁଛି। କଲର୍ସ ଚ୍ୟାନାଲରେ ପ୍ରସାରିତ ହେଉଥିବା ବିଗ୍‌ବସ୍‌ର ଟିଆରପି ସବୁବେଳେ ଅଧିକ ରହେ। ଦର୍ଶକ ଏହି ଶୋ’ ଦେଖିବାକୁ ବହୁତ ପସନ୍ଦ କରନ୍ତି।

{"id":207095,"sizeSlug":"large"}

 ପ୍ରତ୍ୟେକ ସିଜିନ୍‌କୁ ଲୋକେ ଏନ୍‌ଜଏ କରନ୍ତି। କାରଣ ବିଗ୍‌ବସ୍‌ ଘରେ ଅନେକ ଚମତ୍କାର ଘଟଣା ଘଟେ। ତେବେ ଏହି ଶୋ’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶୋ’ର ଟାଇମ୍‌ ଏକ୍ସଟେଣ୍ଡ କରାଯାଇଛି। ଶୋ’ର ସୀମା ପାଖାପାଖି ୪୦ ଦିନ ବଢ଼ାଇ ଦିଆଯାଇଛି। ସାଧାରଣତଃ ଡିସେମ୍ବର ମାସରେ ବିଗ୍‌ବସ୍‌ ସରିଯାଏ କିନ୍ତୁ ଏଥର ଫେବୃଆରି ମାସରେ ସରିବ ବୋଲି କୁହାଯାଇଛି।

{"id":207096,"sizeSlug":"large"}

ନିକଟରେ ବିଗ୍‌ବସ୍‌ ଘରେ ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇଥିବା ମହାପ୍ରଭୁଙ୍କ ଛପନଭୋଗ ବିଷୟରେ ଆଲୋଚନା ହେଉଥିଲା। ଏହାର ଭିଡିଓ ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଭାଇରାଲ ହେଉଛି। ବିଗ୍‌ବସ୍‌ ହାଉସ୍‌ ଭିତରେ, ଛପନଭୋଗ କ'ଣ ଓ ଏହା କେମିତି ପ୍ରସ୍ତୁତ ଏନେଇ ପ୍ରତିଯୋଗୀ ଆଲୋଚନା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

{"id":207097,"sizeSlug":"large"}

ସେଫାଲି ଜରିୱାଲା, ଆରତି ସିଂହ, ସିଦ୍ଧାର୍ଥ ସୁକ୍ଳା ଏବଂ ପାରସ ଛାବ୍ରା ଗୋଟେ ଏପିସୋଡ୍‌ରେ ପୁରୀ ଶ୍ରୀମନ୍ଦିର ବିଷୟରେ କଥା ହେଉଥିଲେ। ଠିକ୍‌ ସେହି ସମୟରେ ସିଦ୍ଧାର୍ଥ ସୁକ୍ଳା ଛପନଭୋଗର ସ୍ୱାଦକୁ ନେଇ ବେଶ୍‌ ପ୍ରଶଂସା କରିଥିଲେ। ଏହାପରେ ଆରତି ସିଂହ ଛପନ ଭୋଗର ଅର୍ଥ ପଚାରିଥିଲେ। ସେଫାଳି ଜରିୱାଲା ଉତ୍ତର ଦେଇଥିଲେ ଯେ,ଏହା ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୫୬ଟି ସ୍ୱାଦିଷ୍ଟ ଖାଦ୍ୟ ।

{"id":207098,"sizeSlug":"large"}

ପାରସ ଛାବ୍ରା ମଧ୍ୟ ଛପନଭୋଗ କିଭଳି ପ୍ରସ୍ତୁତି ହୁଏ ସେ ବିଷୟରେ କହିଥିଲେ। ପ୍ରଥମେ ହାଣ୍ଡି ଉପରେ ହାଣ୍ଡି ରଖାଯାଇ ଗୋଟିଏ ଚୁଲିରେ ଏହା ହୋଇଥାଏ। ଏହିଭଳି ଗୋଟିଏ ନିଆଁରେ ପ୍ରସ୍ତୁତ ହୋଇଥାଏ ସମ୍ପୂର୍ଣ୍ଣ ଛପନଭୋଗ। ଘରର ସଦସ୍ୟଙ୍କ ଆଲୋଚନା ଏବେ ସାରା ଓଡିଶାରେ ଚର୍ଚ୍ଚା ହେଉଛି। ପୁରୀର ମହାପ୍ରଭୁଙ୍କ ପ୍ରସାଦକୁ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ସିଦ୍ଧାର୍ଥ ।

wp:heading {"level":5}
 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.