Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳି ଚାଳନା ଘଟଣା, ଏବେ ତନାଘନା କରୁଛି ପୋଲିସ

27/09/2019 at 9:38 PM

ପୁରୀ ୨୭।୯: କିଛି ଦିନ ତଳେ ପୁରୀ ଟାଉନ ଥାନା ଅଞ୍ଚଳରେ ଏକ ସାଂସ୍କୃତି କାର୍ଯ୍ୟକ୍ରମ ମଞ୍ଚରେ ନାଚଗୀତରେ ମସଗୁଲ୍‌ କିଛି ଯୁବକ ପକେଟରୁ ପିସ୍ତଲ କାଢ଼ି ବ୍ଲାଙ୍କ୍‌ ଫାୟାରିଂ କରିଥିଲେ । ଝିଲମିଲ୍‌ ଆଲୁଅରେ ଭିତରେ ମଞ୍ଚରୁ ଅଚାନକ ଗୁଳି ଫୁଟିବା ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା । ତେବେ ଏହି ଘଟଣାର ଭିଡିଓ ସୋସାଲ ମିଡିଆରେ ଭାଇରାଲ୍‌ ହେବା ପରେ ଏବେ ତନାଘନା କରୁଛି ପୋଲିସ  ।

ଚିକ୍‌ ମିକ୍‌ ଆଲୁଅ ସାଙ୍ଗକୁ ମ୍ୟୁଜିକ୍‌ର ତାଳେ ତାଳେ ମଞ୍ଚ ଉପରେ ଫୁଲ୍‌ ମସ୍ତି କରୁଥିଲେ  କିଛି ଯୁବକ।ସାମ୍ନାରେ ଥିଲେ ଶହ ଶହ ଦର୍ଶକ।  କିନ୍ତୁ   ଭିତରେ ଜଣେ ଯୁବକ ପକେଟରୁ ପିସ୍ତଲ ବାହାର କରି ହାଓ୍ବାରେ ଗୁଳି ଚଳାଇଥିଲା। ତାକୁ ଦେଖି ଆଉ ଜଣେ ମଧ୍ୟ ସମାନ ଷ୍ଟାଇଲ୍‌ରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି ଚଳାବାର  ଏହି ଦୃଶ୍ୟକୁ ଦେଖିଲେ ଯେ କେହି ବି ଭାବିବ ବୋଧ ହୁଏ  ଉତ୍ତର ପ୍ରଦେଶ କି ବିହାରର ଏହା କୌଣସି ଗୋଟେ ଉତ୍ସବର ଭିଡିଓ। କାରଣ ସେସବୁ ଯାଗାରେ ଏଭଳି କାରନାମା ଅତି ସାଧାରଣ। ହେଲେ ଅସଲ କଥା ଜାଣିଲେ ଆପଣଙ୍କ ଆଖି ଧୋକା ଖାଇଯିବ । ଇଏ ବିହାର କି ଉତ୍ତର ପ୍ରଦେଶର ଦୃଶ୍ୟ ନୁହେଁ, ଏ ଦୃଶ୍ୟ ହେଉଛି ଓଡ଼ିଶାର, ଖୋଦ୍‌ ପୁରୀ ସହରର ।

କିଛି ଦିନ ତଳେ ପୁରୀ ଟାଉନ ଥାନା ଅଞ୍ଚଳରେ ଏକ ସାଂସ୍କୃତି କାର୍ଯ୍ୟକ୍ରମ ମଞ୍ଚରେ ନାଚଗୀତରେ ମସଗୁଲ୍‌ କିଛି ଯୁବକ ପକେଟରୁ ପିସ୍ତଲ କାଢ଼ି ବ୍ଲାଙ୍କ୍‌ ଫାୟାରିଂ କରିଥିଲେ । ହେଲେ ସେତେବେଳେ ଖବର ପଦାକୁ ଆସିନଥିଲା । ଏହାର ଭିଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବା ପରେ ସାମ୍ନାକୁ ଆସିଛି ସାଂଘାତିକ ସତ । ପୁରୀ ଟାଉନ୍‌ ଭିତରେ ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ଆଉ ସେଇ କାର୍ଯ୍ୟକ୍ରମ ଭିତରେ ମଞ୍ଚ ଉପରେ ଖୁଲମ ଖୁଲା ୬/୭ରାଉଣ୍ଡ ଫାୟାରିଂ ହେଉଛି, ହେଲେ ଜାଣିପାରୁନି ପୁରୀ ପୋଲିସ । ଏବେ ଯେତେବେଳେ ଘଟଣାକୁ ନେଇ ହଲାବୋଲ୍‌ ହୋଇଛି ସେତେବେଳେ ମୁହଁ ଖୋଲିଛନ୍ତି ଏସପି । କହିଛନ୍ତି ମାମଲାର ତଦନ୍ତ ହେଉଛି।

ତେବେ ଓଡ଼ିଶାକୁ ବିହାର କି ଉତ୍ତରପ୍ରଦେଶ ବୋଲି ଭାବିନେଇଥିବା ଏଇ ଯୁବକମାନେ କିଏ ? ଏମାନେ ପୁରୀରେ କରୁଥିଲେ କ’ଣ ? ସେମାନଙ୍କ ପାଖରେ ଯେଉଁ ପିସ୍ତଲ ଥିଲା ତା’ର ଲାଇସେନ୍‌ସ୍‌ ଅଛି କି ନାହିଁ ? ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୋଲିସ ଠାରୁ ଅନୁମତି ନିଆଯାଇଥିଲା କି ନା ? ଏମିତି ଅନେକ ପ୍ରଶ୍ନ ଏବେ ଉଠିଛି। ସେହିଭଳି  ପୁରୀ ସହର ପରି  ଏକ ପର୍ଯ୍ୟଟନ ଓ ଆଧ୍ୟାତ୍ମିକସ୍ଥଳୀରେ ଏଭଳି ଖୁଲମ ଖୁଲା ଫାୟାରିଂ କରିବାକୁ  ସାହସ କଲା କିଏ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁରୀ ପୋଲିସ ତଦନ୍ତ କରୁଥିବା ଏସପି କହିଛନ୍ତି ।

   Related Posts