ପୁରୀ ବନ୍ଦ: ଜୟ ବିଜୟ, ଯୋଡା ସିଂହ ଓ ଅରୁଣସ୍ତମ୍ଭ ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ
3/10/2018 at 6:44 PM

ପୁରୀ୩|୧୦: ପୁରୀରେ ଆଜି ହୋଇଥିବା ଆନ୍ଦୋଳନ କି କି କ୍ଷତି ଘଟାଇଛି ତାର ଚିତ୍ର ତ ଆପଣ ଦିନ ତମାମ ଟିଭି ପରଦାରେ ଦେଖିଥିବେ। କିନ୍ତୁ ଆନ୍ଦୋଳନ ନାଁ ରେ ଆନ୍ଦୋଳନକାରୀ ସିଂହଦ୍ବାର ସମ୍ମୁଖରେ ଯାହା ଯାହା ଘଟାଇଛନ୍ତି ଚିତ୍ର ଦେଖିଲେ ଆପଣ ନିଶ୍ଚୟ ବ୍ୟଥିତ ହେବେ।
କଣ ଏମାନଙ୍କୁ ଧର୍ମ ସହିବ। ଏମାନେ ଧର୍ମ ନାଁରେ ଆନ୍ଦୋଳନ କରୁଥିଲେ ନାଁ ବିଲ୍କୁଲ ଷଡ଼ଯନ୍ତ୍ର ରଚିଥିଲେ। କିଛି ବି କରିଦେବାର ଚାଲ କରି ସିଂହଦ୍ବାର ମୁହାଁ ହୋଇଥିଲେ। ସିଂହଦ୍ବାର ସାମ୍ନାରେ ଏମାନେ ଯାହା ଯାହା ଘଟାଇଛନ୍ତି ତାହା ଏମାନେ ହଠାତ ଘଟାଇଛନ୍ତି ନା ଯୋଜନାବଦ୍ଧ ଭାବେ ଏସବୁ କରିଛନ୍ତି ତାହା ହିଁ ପ୍ରଶ୍ନ। ଯେଉଁ ଜଗନ୍ନାଥ ଓଡ଼ିଶାର ସାହା ଭରସା, ଯେଉଁ ଶ୍ରୀମନ୍ଦିର ଓଡ଼ିଶାର ଶୋଭା, ଆଉ ଯେଉଁ ଜୟ ବିଜୟ ଶ୍ରୀମନ୍ଦିରର ରକ୍ଷାକର୍ତ୍ତା।
https://youtu.be/1LFBNABtN7oସେହି ଜୟ ବିଜୟଙ୍କ ଉପରେ ଆକ୍ରମଣ କରିବାକୁ ପଛେଇ ନାହାନ୍ତି । ଜୟ ବିଜୟଙ୍କ ମୂର୍ତ୍ତି । ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ଲାଗି ସିଂହଦ୍ବାର ସାମ୍ନାରେ ଠିଆ ହୋଇଛନ୍ତି । ସେମାନଙ୍କ ଉପରେ ବି ଏମାନେ ଆକ୍ରମଣ କରିଛନ୍ତି। ହାତ ଭାଙ୍ଗିଯାଇଛି ମନ୍ଦିର ସମ୍ମୁଖରେ ଥିବା ବିଜୟଙ୍କ ମୂର୍ତ୍ତିର।
ସେହିପରି ଏମାନେ ଶ୍ରୀମନ୍ଦିରର ଶୋଭା ଯୋଡ଼ା ସିଂହଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ଆଉ ଖଣ୍ଡିଆ ଖାବରା କରିଦେଇଛନ୍ତି । ଆଉ ଏହାପରେ ଆମେ ଆପଣଙ୍କୁ ଯେଉଁ ସୂଚନା ଦେବୁ ତାହା ଜାଣିଲେ ଆପଣ ହୁଏତ କହିବେ ଏମାନେ ଶ୍ରୀମନ୍ଦିର ସଂସ୍କାରକୁ ବିରୋଧ କରୁନଥିଲେ, ପ୍ରଶାସନକୁ ବିରୋଧ କରୁନଥିଲେ ବରଂ ଏମାନେ ସିଧା ଶ୍ରୀମନ୍ଦିର ଉପରେ ହମଲା କରିଦେଇଥିଲେ।ଏମାନେ କଦାପି ସ୍ଥାନୀୟ ଲୋକ ହୋଇନଥିବେ। ଏମାନଙ୍କ ଭିତରେ କେହି ସୁଚିନ୍ତିତ ଷଡ଼ଯନ୍ତ୍ରକାରୀ ଥିଲେ କି। ଅରୁଣ ସ୍ତମ୍ଭକୁ ଲୁହା ରଡ଼ରେ ମାଡ଼ କରାଯାଇଛି। ଯାହାର ଚିହ୍ନ ଯେକେହି ଏବେ ଦେଖିପାରିବେ ସ୍ତମ୍ଭରେ। ଏମାନଙ୍କୁ ଆପଣ କଣ କହିବେ। ଆନ୍ଦୋଳନକାରୀ କହିବେ ନା ଆକ୍ରମଣକାରୀ କହିବେ। ନା ଏମାନଙ୍କୁ ଆପଣ କଳାପାହାଡ଼ କହିବେ। ଯେଉଁମାନେ ଖାସ୍ ପୁରୀକୁ ପୂର୍ବରୁ ପହଞ୍ଚିଥିଲେ ଖାସ୍ ଏମିତି ଆକ୍ରମଣ କରିବା ଲାଗି।