Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଘନଉଛି ବଗଳା ଧର୍ମଶାଳା ବିବାଦ, କାହା ସ୍ୱାର୍ଥରେ ରାଜ୍ୟ ସରକାର ଏପରି କରୁଛନ୍ତି- ସମ୍ବିତ ପାତ୍ର

1/09/2020 at 1:52 PM

ନୂଆଦିଲ୍ଲୀ ୦୧।୦୯: ବଗଳା ଧର୍ମଶାଳା ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଓଟିଡିସି ଓ ଆଟିଡିସିର ଚିଠିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଚିଠିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର।

୭. ୫.୨୦୧୯ରେ ବିଶାଲ ଦେବ ଆଟିଡିସିକୁ ବଗଳା ଧର୍ମଶାଳା  ବାବଦରେ ଲେଖିଥିବା ଚିଠିକୁ ନେଇ ସମ୍ବିତ ପାତ୍ର ସମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି। ପ୍ରସାଦ ଯୋଜନାରେ ଆସିଥିବା ଅର୍ଥର ଖର୍ଚ୍ଚ ନେଇ  ବିଶାଲ ଦେବ ଚିଠି ଲେଖିଥିଲେ। ପ୍ରସାଦ ଯୋଜନାରେ ଆସିଥିବ ଅର୍ଥ ଖର୍ଚ୍ଚ ହୋଇ ପାରିନାହିଁ। ତେଣୁ ଏହି ଯୋଜନକୁ ଓଟିଡିସି ଉଠାଣ କରିବା ନେଇ ବୋଲି ଵିଶାଲ ଦେବ ଚିଠି ଲେଖିଥିଲେ।  

ଏହି  ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମ୍ବିତ ପାତ୍ର । ଓଟିଡିସିର ଏହି ଚିଠିର ପ୍ରତି ଉତ୍ତରରେ ITDC ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲେ ଯେ,  ବଗଳାରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହାକୁ ବନ୍ଦ କରିବା ଉଚିତି ନୁହେଁ। ପ୍ରସାଦ ଯୋଜନାରେ ଆସିଥିବ ୫୦ କୋଟି ଅର୍ଥକୁ ରାଜ୍ୟ ବୃଦ୍ଧି କରି ୭୮ କୋଟି କରିଛନ୍ତି । ଯାହାକୁ ମଂଜୁରୀ ମିଳିଛି ଏବଂ ସେଠାରେ କାର୍ଯ୍ୟ ଜାରି ରହିଥିବା ଆଇଟିଡିସି ସୂଚନା ଦେଇଛି । ଏହି ସମୟରେ କାର୍ଯ୍ୟ ବନ୍ଦ କରିବା ଠିକ ନୁହେଁ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହାର ଉତ୍ତରରେ ରାଜ୍ୟ ସରକାର  ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବାକୁ ୧.୧୧.୨୦୧୯ରେ ଆଇଟିଡିସିକୁ ପୁଣି ଚିଠି ଲେଖିଥିଲେ।

ଯାହାର ପ୍ରତିଉତ୍ତରରେ ପୁଣି ITDC ପକ୍ଷରୁ ଏକ ଚିଠି ଲେଖାଯାଇଥିଲା,  ଯେଉଁଥିରେ ଶ୍ରୀ ଜଗନ୍ନାଥ ବିଶ୍ରାମ ସ୍ଥଳୀ ପାଇଁ ୨୧କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୩ କୋଟି ୨୬ ଲକ୍ଷ ଖର୍ଚ୍ଚ ହୋଇଛି  ବୋଲି ଦର୍ଶାଯାଇଛି । ପୂର୍ବ ନିର୍ଧାରିତ ସାଇଟରେ ବିଶ୍ରାମାଗାର ଆରମ୍ଭ ହୋଇସାରିଥିବାରୁ ସେ ସ୍ଥାନରେ ପ୍ରକଳ୍ପ ବନ୍ଦ କରିବା ଉଚିତ ନୁହେଁ ବୋଲି ଆଟିଡିସିର ଚିଠିରେ ଉଲ୍ଲେଖ କରାଯାଇଛି।  ସାମ୍ବାଦିକ ସମ୍ମିଳନୀରେ ଆଟିଡିସିର ଚିଠି କଥା ଉଲ୍ଲେଖ  କରି ସମ୍ବିତ କହିଛନ୍ତି।

ପ୍ରକଳ୍ପର କାର୍ଯ୍ୟ ବନ୍ଦ ନକରିବା ଏବଂ ସ୍ଥାନାନ୍ତର ନକରିବାକୁ ନେଇ ITDC ଚାରୋଟି ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି।  ଏହାର ଉତ୍ତର ରେ ପୁଣି  OTDC ଆଟିଡିସିକୁ ଏକ ଚିଠି ୨-୬-୨୦୨୦ ରେ ଲେଖିଛନ୍ତି । ପ୍ରକଳ୍ପ ସ୍ଥାନରେ କାର୍ଯ୍ୟ ବନ୍ଦ କରି,  ପ୍ରକଳ୍ପକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ନେଇ ଏହି ଚିଠିରେ ଉଲ୍ଲେଖ  କରାଯାଇଥିବା ସମ୍ବିତ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ସହ ରାଜ୍ୟ ସରକାର କାହା ସ୍ବାର୍ଥରେ ଏପରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି  ସମ୍ବିତ ପାତ୍ର।

   Related Posts