Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ପ୍ରବଳ ବର୍ଷାରେ ଶ୍ରୀକ୍ଷେତ୍ର ହାଲ ବେହାଲ ; ପାଣିରେ ବୁଡି ରହିଛି ତିନି ରଥ

21/07/2018 at 8:23 AM

ପ୍ରବଳ ବର୍ଷାରେ ପୁରୀ ସହରର ଅବସ୍ଥା ସଙ୍ଗୀନ। କାଲି ବାହୁଡ଼ା ଯାତ୍ରା। ମାତ୍ର ପ୍ରବଳ ବର୍ଷାରେ ବଡ଼ଦାଣ୍ଡ ଏବେ ଜଳାର୍ଣ୍ଣବ । ଲହଡ଼ି ମାରୁଛି ପାଣି। ବଡ଼ଦାଣ୍ଡର ନାକଚଣା ଦ୍ବାର ନିକଟରେ ପାଣିରେ ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ। ଲଘୁଚାପ ଯୋଗୁଁ ପୁରୀରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ବଡ଼ ବଡ଼ ଜୁଆରମାନ ଉଠୁଛି। କେବଳ ସେତିକି ନୁହେଁ, ଲଗାଣ ବର୍ଷା ଯୋଗୁଁ ପୁରୀରେ ମଧ୍ୟ ଲୋକଙ୍କ ଘର ଭିତରେ ପାଣି ପଶିଛି। ସହରର ସମସ୍ତ ଦୋକାନବଜାର ବନ୍ଦ ଥିବା ବେଳେ ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସିଦ୍ଧ ମହାବୀର ପାଟଣା, ଶରଧାବାଲି, ରାମଚଣ୍ଡି ସାହି, ବାଲିକୁଦ ବସ୍ତି, ବଳିଆପଣ୍ଡା ବସ୍ତି, ମାରୁତିନଗର, ଚୁଡ଼ଙ୍ଗ ସାହି ପ୍ରଭୃତି ଅଞ୍ଚଳ ପାଣିରେ ବୁଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ୨୬୮.୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରୋକର୍ଡ କରାଯାଇଛି। ବଡ଼ ଦାଣ୍ଡର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏ ପାଣି ଜମିଛି। ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ହ୍ରାସ ପାଇଛି। ପୁରୀ ବେଳାଭୂମୀ ମାର୍ଗରେ ବର୍ଷା ଲହଡ଼ି ମାରୁଛି। ଲୋକନାଥ ମନ୍ଦିର ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ବର୍ଷା ଯୋଗୁ ସଙ୍ଗିନ ହୋଇଯାଇଛି ଶ୍ରୀକ୍ଷେତ୍ରର ଅବସ୍ଥା । ଜିଳ୍ଲାପାଳ ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏମିତିକି ଚୋକ୍ ହୋଇପଡିଥିବା ଡ୍ରେନ୍ ସଫେଇ ଚାଲିଥିବା ବେଳେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହି ଏହାର ଅନୁଧ୍ୟାନ କରିଥିଲେ ।

   Related Posts