Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପୁରୀ ବିମାନବନ୍ଦର ହେବ ଓଡିଶାକୁ ଅନ୍ତର୍ଜାତୀୟ ଦ୍ୱାର, ସ୍ୱତନ୍ତ୍ର ପରିଚିତି ଲକ୍ଷ୍ୟରେ ବିରାଟ ଯୋଜନା

4/01/2021 at 6:24 PM

ପୁରୀ, ୦୪୦୧:   ପୁରୀରେ ବିମାନବନ୍ଦର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀକୁ ଐତିହ୍ୟ କେନ୍ଦ୍ରସ୍ଥଳୀ ଭାବେ ଗଢିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ତେବେ ମୋଦୀଙ୍କୁ ଚିଠି ଲେଖିବା ପୂର୍ବରୁ ନବୀନ ବିମାନବନ୍ଦର ବାବଦରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅତିଶୀଘ୍ର ପ୍ରଧାନମନ୍ତ୍ରୀ ମଞ୍ଜୁରି ପ୍ରଦାନ କରିବେ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଭୁବନେଶ୍ୱର ବିମାନ ବନ୍ଦରର ପ୍ରସସ୍ଥିକରଣ ପାଇଁ କମ୍ ସୁଯୋଗ ରହିଛି । ତେବେ ପୁରୀରେ ବିମାନ ବନ୍ଦର ହେଲେ ଏହା ମୁଖ୍ୟ ଏୟାରପୋର୍ଟ ପାଲଟିବ ।  ଭୁବନେଶ୍ୱର ବିମାନବନ୍ଦରରେ କେବଳ ଘରୋଇ ଉଡାଣ ପାଇଁ ବ୍ୟବସ୍ଥା ରହିବ ଓ ପୁରୀରେ ବିଦେଶରୁ ବିମାନ ଚଳାଚଳ କରିବାର ସମ୍ଭାବନା ରହିଛି । ଯେପରି ଭାବେ ବେଙ୍ଗାଲୁରୁ ବିମାନବନ୍ଦରକୁ ପୁନଃନିର୍ମାଣ କରାଯାଇ ଏହାକୁ ସହରଠୁ ୪୦ କିମି ଦୂରକୁ ସ୍ଥାନାନ୍ତରିତ କରାଯାଇଥିଲା । ହାଇଦ୍ରାବାଦ ସହ ଦେଶର ଅନ୍ୟ ବିମାନବନ୍ଦରକୁ ମଧ୍ୟ ଏପରି ଭାବେ ନବୀକରଣ କରାଯାଇଛି । ଭୁବନେଶ୍ୱର ପାଇଁ ମଧ୍ୟ ଏପରି କିଛି ଯୋଜନା ରହିଛି ।

କେବଳ ପୁରୀରେ ନୁହେଁ ରାଜ୍ୟ ସରକାର ଭୁବନେଶ୍ୱର ବିମାନ ବନ୍ଦରରୁ ୪୦ କିମି ଦୂର ବ୍ରହ୍ମପୁର ରାସ୍ତାରେ ଏୟାରପୋର୍ଟ ପାଇଁ ଏକ ସ୍ଥାନ ନିରୂପଣ କରିଛନ୍ତି । ପୁରୀରେ ଯେଉଁ ବିମାନବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି ତାହା ସ୍ୱର୍ଣ୍ଣ ତ୍ରିଭୁଜ କୁହାଯାଉଥିବା ପୁରୀ-କୋଣାର୍କ ଓ ଭୁବନେଶ୍ୱରକୁ ଯୋଡିବ । ଏପରିକି ଅଧିକାଂଶ ପର୍ଯ୍ୟଟକ ପୁରୀ ଓ କୋଣାର୍କ ବୁଲିବା ପାଇଁ ଆସିଥାନ୍ତି । ରାଜ୍ୟ ସରକାର ପୁରୀକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରି ସାରିଛନ୍ତି । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ମଧ୍ୟ । ପୁରୀରେ ବିମାନବନ୍ଦର ହେଲେ ଏହା ରାଜ୍ୟ ବାହାରର ତଥା ବିଦେଶୀ ପର୍ଯ୍ୟଟକଙ୍କୁ ସୁହାଇବ ବୋଲି ସରକାରୀ ଅଧିକାରୀଜଣଙ୍କ ମତ ଦେଇଛନ୍ତି ।

ପୁରୀ ବିମାନବନ୍ଦର କେବଳ ପର୍ଯ୍ୟଟକଙ୍କୁ ନୁହେଁ ବରଂ ଗୋପାଳପୁର-ଦିଘା ଉପକୂଳ ରାଜପଥ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ । ଏହି ଜାତୀୟ ରାଜପଥ ପାରାଦୀପ, ଧାମରା, ଗୋପାଳପୁରକୁ ମଧ୍ୟ ସଂଯୋଗ କରିବ । ଏହାସହ ଅନ୍ୟ ୧୨ଟି ଛୋଟ ବନ୍ଦରକୁ ମଧ୍ୟ ଏହା ସଂଯୋଗ କରିବ ।

ହୋଟେଲ କ୍ରାଉନର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ପୁରୀ ବିମାନବନ୍ଦର ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ଆଣିବ । ରୋଜଗାର ମଧ୍ୟ ସୃଷ୍ଟି କରିବ । ଏହାସହ ଗମାନଗମନ ଦିଗରେ ମଧ୍ୟ ଏକ ବିପ୍ଲବ ଆଣିବ ।

ସୂଚନାଯୋଗ୍ୟ, ୨୦ ବର୍ଷ ତଳେ ଭୁବନେଶ୍ୱର ବିମାନବନ୍ଦରରେ ମାତ୍ର ୪ଟି ବିମାନ ଦୈନିକ ଚଳାଚଳ କରୁଥିଲା । ଯାହା ଏବେ ୯୦ରେ ପହଁଚିଛି । ସେହିପରି ପର୍ଯ୍ୟଟନଶିଳ୍ପକୁ  ଗୁରୁତ୍ୱ ଦେବା ପାଇଁ ସରକାରଙ୍କ ପ୍ରସ୍ତାବିତ ପୁରୀ ବିମାନବନ୍ଦର ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ ।

   Related Posts