ସେବାୟତ-ପୋଲିସ ବିବାଦରୁ ନୀତି ବିଭ୍ରାଟ ଘଟଣା ; ଅତ୍ୟନ୍ତ ଦୁଃଖଦ ଘଟଣା କହିଲେ ମୁଖ୍ୟ ପ୍ରଶାସକ

Published By : Prameya-News7 Bureau | December 29, 2018 IST

ପୁରୀ ୨୯|୧୨: ସେବାୟତ-ପୋଲିସ ବିବାଦରୁ ଶ୍ରୀମନ୍ଦିର ନୀତି ବିଭ୍ରାଟ ହେବା ଘଟଣାରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଅତ୍ୟନ୍ତ ଦୁଖଃଦ ଘଟଣା । ଏଥିପାଇଁ ଆମେ ପଶ୍ଚାତାପ କରୁଛୁ, ଘଟଣାର ତଦନ୍ତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ-ସେବାୟତ ଗଣ୍ଡଗୋଳ ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ ହେବ । ଛତିଶା ନିଯୋଗ ଓ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଘଟଣା ଆଲୋଚନା ହେବ । କୌଣସି ଘଟଣା ପାଇଁ ଠାକୁରଙ୍କ ନୀତି ବନ୍ଦ କରିବା ଅନୁଚିତ, ପୂଜା କରିବା ଦାୟିତ୍ବ ସେବାୟତମାନଙ୍କର, ତାହା ଆମ ହାତରେ ନାହିଁ, ସେବାୟତମାନେ ଦାୟିତ୍ବବାନ ଏବଂ ଯତ୍ନଶୀଳ ହେବା ଉଚିତ ବୋଲି ମୁଖ୍ୟ ପ୍ରଶାସନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.