ଏମିତି କ’ଣ ଭାଗ୍ୟ ଫିଟେ ? ଲଟେରୀ,ଜମି ଆଉ ଗୁପ୍ତଧନ : କେରଳ ଚାଷୀଙ୍କ ଉପରେ ଧନବର୍ଷା , ବିଶ୍ବାସ ହୁଏନି କିନ୍ତୁ ସତ

Published By : Prameya-News7 Bureau | December 08, 2019 IST

ଝୁନଝୁନୁ ୮/୧୨:କଥାରେ ଅଛି  ‘ଅଲ୍ଲାହ ଯବ ଦେତା ହେ ଛପର ଫାଡ଼କେ ଦେତା ହେ’। ସେହିପରି ଏକ ଘଟଣା ଘଟିଛି କେରଳରେ।

କେରଳର ୬୬ବର୍ଷ ବୟସ୍କ ବି. ରତ୍ନାକରନ ପିଲ୍ଲାଇ ଗତ ବର୍ଷ ଖ୍ରୀଷ୍ଟମାସ ଲଟେରୀରେ ୬କୋଟି ଟଙ୍କାର ଜ୍ୟାକପଟ୍ ଜିତିଥିଲେ। ଏହି ଟଙ୍କାରେ ସେ ତିରୁଅନନ୍ତପୁରମରେ ଜମି କିଣିଥିଲେ। ଏଠାରେ ସେ ସାବୁଦାନା ଚାଷ ଆରମ୍ଭ କରିଥିଲେ। ଗତ ମଙ୍ଗଳବାର ସେ ​‌ଜମି ଖୋଳୁଥିବାବେଳେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ତାଙ୍କୁ ଜମିରୁ ଗୁପ୍ତଧନ ମିଳିଥିଲା।

ବାସ୍ତବରେ ପିଲ୍ଲାଇଙ୍କୁ ଜମିରୁ ୨୫୯୫ ମୁଦ୍ରାରେ ଭର୍ତ୍ତି ହୋଇଥିବା ୧୦୦ବର୍ଷ ପୁରୁଣା ମାଠିଆ ମିଳିଥିଲା। ଏହି ସମସ୍ତ ମୁଦ୍ରା ତମ୍ବାର। ଏହା ଭୂତପୂର୍ବ ତ୍ରାଭାଙ୍କୋର ସାମ୍ରାଜ୍ୟର।  ଏବେ ଏହାର ମୂଲ୍ୟ ବିଷୟରେ ଜଣା ପଡ଼ିନାହିଁ। ଏବେ ଏଗୁଡ଼ିକ ସଫା କରିବା ପାଇଁ ଲ୍ୟାବକୁ ପଠାଯାଇଛି।ଏହା ସଫା ହୋଇସାରିବା ପରେ ଏକ୍ସପର୍ଟ ଏଗୁଡ଼ିକର ମୂଲ୍ୟ କହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.